ମୟୂରଭଞ୍ଜ: କରୋନା ଭାଇରସ୍ (କୋଭିଡ-୧୯) ମୁକାବିଲା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି ): ସଂପ୍ରତି ମହାମାରୀ କୋଭିଡ-୧୯ ରୋଗ ସଂକ୍ରମଣର ମୁକାବିଲା ତଥା ପ୍ରତିରୋଧ ପାଇଁ କେନ୍ଦ୍ର / ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ସର୍ତକତା ମୂଳକ ପଦକ୍ଷେପ ସ୍ୱରୂପ ସମୟକୁ ସମୟ ଜାରୀ କରାଯାଇଥିବା ନିୟମ/ ମାର୍ଗଦର୍ଶିକା କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଭିଡ-୧୯ ମୁକାବିଲା ସରକାରଙ୍କ ନିୟମ ନିର୍ଦ୍ଦେଶାବଳୀ  ତଥା ମାର୍ଗଦର୍ଶିକାନୁଯାଇ ଜରୁରୀ କାଳୀନ ଭିତିରେ ଜିଲ୍ଲାରେ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ସହ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରାଯାଇଛି । କୋଭିଡ୍-୧୯ର  ସଂକ୍ରମଣର ମୁକାବିଲା ପାଇଁ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଜିଲ୍ଲାର ସମସ୍ତ ୪୦୪ ଗ୍ରାମ ପଂଚାୟତରେ ଥିବା ବିଦ୍ୟାଳୟକୁ (ଟିଏମ.ସି.) ଅସ୍ଥାୟୀ ସ୍ୱାସ୍ଥ୍ୟ  ଶିବିର ଭାବେ ବ୍ୟବହାର ପାଇଁ  ୫୦୮୫ଟି ବେଡ୍ ଏବଂ ୪ଟି ସହାରଂଚଳରେ ଥିବା ୭୦ଟି ୱାର୍ଡରେ ୨୦୧ଟି ଶଯ୍ୟା ଓ ଆନୁସାଙ୍ଗିକ ସୁବିଧା ଉପଯୋଗ ବ୍ୟବସ୍ଥା କରାଯାଇଛି ।  ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର/ ଉପଖଣ୍ଡ ଚିକିସôାଳୟ ଓ ଜିଲ୍ଲା ଚିକିତ୍ସାଳୟରେ କରୋନା ଭୂତାଣୁ ଯୁକ୍ତ ସଂନ୍ଦିିଗ୍ଧ ବ୍ୟକ୍ତିମାନଙ୍କ କ୍ୱାରେଣ୍ଟାଇନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ୱାର୍ଡ /ଶଯ୍ୟା ଆଦି ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ଦେଶ / ରାଜ୍ୟ ବାହାରୁ ଆସିଥିବା / ଫେରିଥିବା ୯୮ଜଣ ବିଦେଶୀ ଏବଂ ରାଜ୍ୟ ବାହାରୁ ଆସିଥିବା ୧୨,୨୮୭ ପ୍ରବାସୀ ନାଗରିକମାନଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ମଧ୍ୟରେ ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରାଂଚଳର ବିଭିନ୍ନ ସ୍ଥାନରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ପ୍ରତ୍ୟେକ ଦିନ ଗ୍ରାମ ପଂଚାୟତ / ବ୍ଲକ ସବ୍ ଡିଭିଜନ୍/ ସହରାଂଚଳ ଓ ଜିଲ୍ଲା ସ୍ତରରେ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ/ ରାପିଡ୍ ରେସପନ୍ସ ଟିମ୍ / ସର୍ଭେଲିଆନ୍ ଟିମ୍ / ସ୍ୱାସ୍ଥ୍ୟ ଟିମ୍ ଦ୍ୱାରା ନିୟମିତ ତଦାରଖ କରାଯାଉଅଛି । ସେହିପରି ଲକ୍ ଡାଉନ ସମୟରେ ୬, ୭୮୦ଜଣ ପ୍ରବାସୀ ଶ୍ରମିକ (ମାଇଗ୍ରାଣ୍ଟ ଲେବର)ମାନଙ୍କୁ ମଧ୍ୟ ଜିଲ୍ଲାର ବ୍ଲକ/ ପୌରାଂଚଳର ହୋମ୍ କ୍ୱାରାଣ୍ଟାଇନ୍ ଆଶ୍ରୟ ସ୍ଥଳରେ ରହିବା ଓ ଖାଇବା ଆନୁସଂଗିକ ବ୍ୟବସ୍ଥା ମଧ୍ୟରେ ରଖାଯାଇ ତଦାରଖ କରାଯାଉଛି । ଏଥି ସହିତ ସରକାରଙ୍କ ନିଦେ୍ର୍ଧଶ କ୍ରମେ ଜାତୀୟ/ ରାଜ୍ୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବିଶେଷ ଗୁରୁତ୍ୱ ଦେଇ ଖାଦ୍ୟ ସୁରକ୍ଷା ସହାୟତା ଯୋଜନାରେ ଜିଲ୍ଲାର ମୋଟ୍ ୬ଲକ୍ଷ ୪ହଜାର ୫ଶହ ୪୦ଜଣ ହିତାଧିକାରୀ ପରିବାରକୁ ଏପ୍ରଲ୍ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଏକକାଳୀନ ୩ ମାସର ଆତ୍ୟାବଶ୍ୟକୀୟ ପିଡିଏସ୍ ଚାଉଳ / ଗହମ ବଣ୍ଟନ ସହିତ ୧ହଜାର ଟଙ୍କା ଲେଖାଏଁ ସହାୟତା ବ୍ୟବସ୍ଥା ଯୋଗାଇ ଦିଆଯାଉଥିବା ବେଳେ / ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଜିଲ୍ଲାର ମୋଟ୍ ୩ଲକ୍ଷ ୨୯ହଜାର ୯୪୩ଜଣ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ମାନଙ୍କୁ ଏପ୍ରିଲ୍ ରୁ ଜୁଲାଇ ମାସ ପର୍ଯ୍ୟନ୍ତ ୪ ମାସର ଭତା ବଣ୍ଟନ କରାଯାଇଅଛି । ସେହିପରି ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସମସ୍ତ ବିଦ୍ୟାଳୟର ମୋଟ୍ ୨ଲକ୍ଷ ୬୨ହଜାର ୭୪୩ ଜଣ ଉପକୃତ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଘରେ ଚାଉଳ  ଯୋଗାଇ ଦିଆଯାଇଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ଯୋଜନରେ ଶିଶୁ ପିଲା, ପ୍ରସୁତି ଓ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଉଦ୍ଧିଷ୍ଟ ଖାଦ୍ୟ ସାମଗ୍ରୀ ଛତୁଆ ଇତ୍ୟାଦି (ଡ୍ରାଇଫୁଡ୍) ସେମାନଙ୍କ ଘରକୁ ଯୋଗାଇ ଦିଆଯାଉଅଛି । ଏତଦ୍ ବ୍ୟତିତ ଜିଲ୍ଲାରେ ମୋଟ୍ ୭୭ହଜାର ୧୯୪ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ପ୍ରତ୍ୟେକ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହୟତା ରାଜ୍ୟ ଶ୍ରମ ଓ କର୍ମଚାରୀ ବିମା ଏବଂ ଓଡିଶା କୋଠାବାଡି ନିର୍ମାଣ ବୋଡ୍ ଦ୍ୱାରା ସମ୍ପୃକ୍ତ ଜିଲ୍ଲା ଶ୍ରମ ବିଭାଗ / ବିଡିଓଙ୍କ ତତ୍ୱାବଧାନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ବେଳେ ଜିଲ୍ଲାର ୧୦୫୭ଜଣ କଳାକାରଙ୍କୁ ମାର୍ଚ୍ଚ ରୁ ଜୁନ୍ ମାସ (୪ମାସ) ପଯ୍ୟନ୍ତ ମାସିକ ୧୨୦୦ଟଙ୍କା ହିସାବରେ ୪ମାସର ପ୍ରତ୍ୟେକ କଳାକାରଙ୍କୁ ୪,୮୦୦ଟଙ୍କା ହିସାବରେ ଆଗୁଆ ଭତା ପ୍ରଦାନ କରାଯାଇଛି । ଏଥି ସହିତ ଜିଲ୍ଲାର ୪ ସହରାଚଂଳର ରାସ୍ତାକୋଡ ଉଠା ଦୋକାନୀ ୧,୪୩୭ ହିତାଧିକାରୀଙ୍କୁ ପ୍ରତ୍ୟେକ ୩,୦୦୦ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉଅଛି । ଅତି ଗରିବ, ଅସହାୟ, ଶାରିରୀକ ଦୁର୍ବଳ, ଭିକ୍ଷୁକ, ମାନସିକ ବିକୃତ ବ୍ୟକ୍ତି ଏବଂ ପ୍ରବାସୀ ଶ୍ରମିକ ମାନଙ୍କୁ ଲକ୍ ଡାଉନ ସମୟରେ ସମସ୍ତ ୨୬ ବ୍ଲକ ଅଂଚଳ ଓ ୪ ସହରାଂଚଳରେ ମାଗଣା ରନ୍ଧାଖାଦ୍ୟ ପ୍ରତ୍ୟେକ ଦିନ ଯୋଗାଇ ଦିଆଯାଇଅଛି । ସେହିପରି କରୋନା ଭାଇରସ୍ ସଂକ୍ରମଣ (କୋଭିଡ୍ -୧୯) ପ୍ରତିରୋଧ ପାଇଁ  ଜିଲ୍ଲା ପ୍ରଶାସନ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କାର୍ଯ୍ୟକ୍ରମ ତ୍ୱରାନ୍ନିତ କରାଯାଇଛି । ଏ ଦିଗରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ / ପୋଲିସ୍ ପ୍ରଶାସନର ମିଳିତ ସମନ୍ୱୟରେ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକ ସ୍ମିଥ୍. ପି.ପରମାର,  ପି.ଡି.ଡି.ଆର.ଡି.ଏ. ଚଂଚଳ ରଣା ପ୍ରମୁଖ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳ କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ ସହ ତଦାରଖ କରୁଛନ୍ତି । ସେହିପରି ମୟୂରଭଞ୍ଜ  ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ/ସମସ୍ତ ଉପ-ଜିଲ୍ଲାପାଳ, ପି.ଅ.ଆଇ.ଟି.ଡି.ଏ. ପ୍ରମୁଖ ବରିଷ୍ଠ  ଅଧିକାରୀ ସମେତ ବିଡିଓ/  ତହସିଲଦାର ସମ୍ପୃକ୍ତ ବିଭିନ୍ନ ବିଭାଗ ପଦାଧିକାରୀମାନଙ୍କ ସକ୍ରିୟ ସମ୍ବନୟରେ କୋଭିଡ-୧୯ ସମ୍ପର୍କିତ ସତର୍କତା ପ୍ରତି ଦୃଷ୍ଟି ଦେଇ କାଯ୍ୟକୁ ତ୍ୱରାନ୍ନିତ କରାଯାଉଅଛିବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

0
0
0
s2sdefault