ହେଡଲାଇନସ୍:

ପଦ୍ମପୁର ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜନସାଧାରଣଙ୍କୁ ମାକ୍ସ ବଣ୍ଟନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ଶନିବାର ଦିନ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ତରଫରୁ ପଦ୍ମପୁର ଯୁବନେତା ତଥା ବିଜେପି ଓବିଶି ମୋର୍ଚ୍ଚାର ଜିଲ୍ଲା ସାଧାରଣ ସଂପାଦକ ସେବକ ମେହେରଙ୍କ ନେତୃତ୍ବରେ ପଦ୍ମପୁର ବଜାର ଠାରେ ସକାଳ ସମୟରେ ଜନସାଧାରଣଙ୍କୁ ବହୁତ ସଂଖ୍ୟାରେ ମାକ୍ସ ବଣ୍ଟନ ଓ ସଚେତନ କରିଥିଲେ । ଏହା ସହ ପ୍ରତ୍ଯେକ ଦିନ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ଯୁବନେତା ସେବକ ମେହେର  । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏହି କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଥିଲେ ଓ ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ନିଜ ନିଜ ଭିତରେ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ଘରୁ ବାହାରିଲେ ମାସ୍କ ବ୍ଯବହାର କରିବାକୁ ବାର୍ତ୍ତା ଦେଇଥିଲେ  । କରୋନା ମୁକାବିଲା ପାଇଁ ମାସ୍କ ବ୍ଯବହାର କରିବା ଏକ ସଠିକ୍ ପ୍ରତିକାର ବୋଲି କହିଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଏହି ମାକ୍ସ ବଣ୍ଟନ କାର୍ଯ୍ୟକ୍ରମରେ ବିଜେପୁରର ଯୁବ ନେତା ଶ୍ରୀକାନ୍ତ ମିଶ୍ର,ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ,ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମର ମଣି ନାୟକ,ରବିନ୍ଦ ମେହେର,ନିମଳ ଭାଇ, ଆରଏସଏସ ପ୍ରଫୁଲ୍ଲ ପ୍ରମୁଖ ସହଯୋଗ କରିଥିଲେ  ।

0
0
0
s2sdefault