ବଲାଙ୍ଗୀର(ନିରୋଜ ମିଶ୍ର) . ଗତ କାଲି ସଂବିଧାନ ପ୍ରଣେତା ତଥା ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ତିଥି ଥିଲା । ଏହି ଅବସରରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବାବା ସାହେବଙ୍କୁ ମୋବାଇଲ ଛବି ଦ୍ୱାରା ଶ୍ରଦ୍ଧାଞ୍ଜଳି ଦେଇ ଅଡୁଆରେ ପଡିଛନ୍ତି । ବାବାସାହେବଙ୍କ ଫଟୋଚିତ୍ର କିମ୍ବା ପ୍ରତିମୁର୍ତି ପରିବର୍ତ୍ତେ ବିଧାୟକଙ୍କ ଏଭଳି ଟେବଲେଟ୍ ଫଟୋ ଶ୍ରଦ୍ଧାଞ୍ଜଳି ତାଙ୍କୁ ଲୋକଙ୍କ ରୋଷର ଶିକାର କରିଛି । ଲୋକେ ଏହାକୁ ବିଧାୟକଙ୍କ ଡିଜିଟାଲ ଶ୍ରଦ୍ଧାଞ୍ଜଳି କହୁଛନ୍ତି । ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଅନେକେ ତାଙ୍କର ଏପରି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସିଧା ସିଧା ତାଙ୍କୁ ଟ୍ରୋଲ କରିଛନ୍ତି । ଲୋକଙ୍କ କହିବା ମୁତାବକ ବିଧାୟକ ମହୋଦୟ ନିଜେ ଦଳିତ ସଂପ୍ରଦାୟର ହୋଇଥିବା ବେଳେ, ବାବା ସାହେବଙ୍କ ପ୍ରଣିତ ନିତି ନିୟମ ଦ୍ୱାରା ସେ ଆଜି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହେବା ପରେ ଲୋଇସିଂହା ଭଲି ରିଜର୍ବ ସିଟରୁ ବିଜୟ ଲାଭ କରି ବିଧାୟକ ହୋଇ ପାରିଛନ୍ତି । ତାଛଡା କିଛି ଦିନ ପୁର୍ବରୁ ତାଙ୍କ ଦଳ ତରଫରୁ ମଧ୍ୟ ବାବାସାହେବଙ୍କ ଜନ୍ମତିଥି ପାଳନ କାରାଯିବା ନେଇ ସ୍ପଷ୍ଟ ନିର୍ଦ୍ଦେଶ ଯାରି କାରଯାଇଥିଲା । ତେବେ ସେ ବାବାସାହେବଙ୍କ ଜନ୍ମ ତିଥି ପାଲନ ନେଇ ପ୍ରସ୍ତୁତ ରହିବା କଥା । କିନ୍ତୁ ଜାତି ପାଇଁ ଆଜିବନ ଲଢିଥିବା ମହାନାୟକଙ୍କୁ ତାଙ୍କର ଜନ୍ମତିଥିରେ ଏଭଳି ବ୍ୟବହାର ବାବାସାହେବଙ୍କ ପ୍ରତି ଏହା ଘୋର ଅପମାନ ବୋଲି ଅନେକେ କହୁଛନ୍ତି ।
ସେହିପରି ବିଧାୟକଙ୍କ ସମର୍ଥକ ଏହାକୁ ଅଯଥା ରାଜନିତି କହିବା ସହ, ଫଟୋ କେବଳ ଏକ ପରିପ୍ରକାସର ମାଧ୍ୟମ । ବାବାସାହେବଙ୍କ ପ୍ରତି ବିଧାୟକଙ୍କ ଗଭିର ଶ୍ରଦ୍ଧା, ସମ୍ମାନ ଓ ବିଶ୍ୱାସ ରହିଛି । କେବଳ ଯେ ଜନ୍ମତିଥିର ଫଟୋ କାହାରି ପ୍ରତି ଶ୍ରଦ୍ଧା ଓ ସମ୍ମାନର ମାପକାଠି ନୁହେଁ ବୋଲି ଯୁକ୍ତି ବାଢିଛନ୍ତି । ତେବେ ଏହି ଘଟଣା ଲୋଇସିଂହା ବିଧାୟକଙ୍କ ଯୋଗ୍ୟତା ଓ କ୍ରମବର୍ଦ୍ଧିଷ୍ନୁ ଲୋକପ୍ରିୟତା ପ୍ରତି ବିରୋଧିଙ୍କ ମନୋଭାବ ବୋଲି ଆଉ କିଛି ମତବ୍ୟକ୍ତ କରୁଛନ୍ତି । ତେବେ ଏସଂପର୍କରେ ବିଧାୟକ ମହାଲିଙ୍ଗଙ୍କ କୌଣସି ମତ ମିଳି ପାରି ନାହିଁ ।