ଗ୍ରାଉଣ୍ଡ ଜ଼ିରୋରେ କରୋନା ଲଢେଇ : ଲୋକଙ୍କ ପାଖରେ ପହଂଚାଇଲେ ପରିବା ଓ ମାସ୍କ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପାଇକମାଲ :- କୋବିଡ଼ 19 ସକାଶେ ସାରା ଦେଶ ଲକଡାଉନ । ଏହି ଲକଡାଉନ ଫଳରେ ମୁଖ୍ୟତଃ ଗରୀବ  ଖଟିଖିଆ ଲୋକଙ୍କର ଅନେକ ଅସୁବିଧା ହେଉଛି । ସରକାର ଓ ପ୍ରଶାସନ ବରାବର ଲୋକଙ୍କୁ ସୁବିଧା ଯୋଗାଇଦେବା ପାଇଁ  ଚେଷ୍ଟା କରୁଛନ୍ତି | ଏହା ସହିତ ଅନେକ ସମାଜ ସେବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କରୋନା ଲଢେଇରେ ନିରବ ସୈନିକ ଭଳି ଲଢ଼ୁଛନ୍ତି ଗ୍ରାଉଣ୍ଡ ଜ଼ିରୋରେ | ଆଉ ଅଂଟାଭିଡି  ଆଗେଇ ଆସିଛନ୍ତି ଏହି ଦୁର୍ଦିନରେ ଲୋକଙ୍କ ସେବା କରିବା ପାଇଁ । ଏହି କ୍ରମରେ ଆଜି ପାଇକମାଲ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମହର୍ଷି ଦୟାନନ୍ଦ ଗୁରୁକୂଳର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବୁଦ୍ଧଦେବ ଜୀ ଓ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ପାଇକମାଲ ମୁଖ୍ୟାଳୟରୁ ପ୍ରାୟ ସାତ କିଲୋମିଟର ଦୂରରେ ଅବସ୍ଥିତ ମାଗୁରମାଲ ଗ୍ରାମକୁ ଯାଇ ସେଠାକାର ଗ୍ରାମବାସୀଙ୍କୁ ପରିବା ଯଥା ବନ୍ଧାକୋବି, ଲାଉ,ମାଖନ,ଝୁଡଙ୍ଗ, ବାଇଗଣ ଇତ୍ୟାଦି ବଣ୍ଟନ କରିଥିଲେ । ଗୁରୁକୂଳ ର ନିଜସ୍ଵ ବଗିଚାରେ ଉତ୍ପାଦିତ ଏହି ପରିବା ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରତ୍ୟେକ ଘର ଘର ବୁଲି ଲୋକଙ୍କୁ ପ୍ରଦାନ କରାଯାଇଥିଲା । ଏହାସହିତ ତହସିଲଦାର ଗ୍ରାମବାସୀ ମାନଙ୍କୁ କୋରୋନା ସଂକ୍ରମଣ ବାବଦରେ କହିବା ସହିତ ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ମଙ୍ଗଳ TVS ପାଇକମାଲ ଦ୍ୱାରା ପ୍ରଦାନ କରାଯାଇଥିବା ମାସ୍କ ବଣ୍ଟନ କରି ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପ୍ରବର୍ତ୍ତାଇ ଥିଲେ । ଆଗାମୀ ଦିନରେ ମଧ୍ୟ ଆହୁରି ଲୋକଙ୍କୁ ଗୁରୁକୂଳ ତରଫରୁ ପରିବା ଯୋଗେଇ ଦିଆଯିବ ବୋଲି ଶ୍ରୀ ବୁଦ୍ଧଦେବ ଜୀ ଜଣାଇଛନ୍ତି ଜଣାଇଥିବା ବେଳେ ଲୋକଙ୍କ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ମାସ୍କ ବି ଜୋଗାଇଦିଆଯିବ ବୋଲି ମଙ୍ଗଳ TVS ପକ୍ଷରୁ କୁହାଯାଇଛି |  

 

0
0
0
s2sdefault