ପପୁଲାର ଗ୍ୟାସ ପକ୍ଷରୁ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଦଶ ହଜାର ଟଙ୍କା ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  କରୋନାର ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଥିବା ବେଳେ ପୋଲସରାର ପପୁଲାର ଭାରତ ଗ୍ୟାସ ମଧ୍ୟ୍ୟ ଏଥିରୁ ବାଦ ପଡିନାହିଁ। ପପୁଲାର ଭାରତ ଗ୍ୟାସ ଏଜେନ୍ସିର ମାଲିକ ଜୟନ୍ତ କୁମାର ସେଠୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା, ଏହିପରି ମୋଟ ୧ ଲକ୍ଷ ୧୦ ହଜାର ଟଙ୍କାର ସହାୟତା ଅର୍ଥ  ଦୁଇଟି ଚେକ ମାଧ୍ୟମରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏହି ସମୟରେ ଶ୍ରୀ ସେଠୀଙ୍କ ସହଯୋଗୀ ସନ୍ତୋଷ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ।

0
0
0
s2sdefault