ହେଡଲାଇନସ୍:

ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ଦେହାନ୍ତରେ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଶୋକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)ପୂର୍ବତନ ସାଂସଦ , ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ସନାତନ ବିଶୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ | ଶ୍ରୀ ନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ସ୍ବର୍ଗତ ଶ୍ରୀ ବିଶି ରାଜ୍ୟସଭା ସଦସ୍ୟ,  ରେଢ଼ାଖୋଲ ବିଧାୟକ ଏବଂ  ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସୂଚାରୁରୂପେ କାର୍ଯ୍ୟ ତୁଲାଇଥିଲେ | ବିଜୁ ଜନତା ଦଳ  ପାଇଁ ଅନବରତ କାର୍ଯ୍ୟ କରିଆସିଥିବା  ଏହି ଅମାୟିକ,  ସରଳ,  କର୍ତ୍ତବ୍ୟନିଷ୍ଠ, ନିଷ୍କପଟ ଜଣେ ବର୍ଷିୟାନ  ନେତା ଥିଲେ |ତାଙ୍କ ବିୟୋଗ ଦଳ ତଥା  ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ  କ୍ଷତି |  ଏ ଅସମୟରେ  ଭଗବାନ ତାଙ୍କ ପରିବାରବର୍ଗଙ୍କୁ ସହାୟ ହୁଅନ୍ତୁ | ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି |

0
0
0
s2sdefault