ହେଡଲାଇନସ୍:

ଶ୍ରମିକ ମାନଙ୍କୁ 1500 ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କଲେ ବିଧାୟକ ବିଜୟ ରଂଜନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକର 11 ଗୋଟି ପଞ୍ଚାୟତ ବୁଲି ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଶ୍ରମିକ ମାନଙ୍କୁ ରାଜ୍ୟ ସରକାରଙ୍କର ଦ୍ୱରା ପ୍ରଦାନ କରାଯାଇଥିବା ଭତ୍ତା ବଣ୍ଟନ କରିଛନ୍ତି । ବ୍ଲକର ପାଇକମାଲ, ମିଠାପାଲି, ବରତୁଣ୍ଡା, ଜାମସେଠ , ଛୀଂଦେଇକେଲା, ଝାରବନ୍ଧ, ମାଣ୍ଡୋସିଲ , କାଂଶଡା, ଭୁବନେଶ୍ୱରପୁର, ଝିଟିକି ଓ ଛେତେଙ୍ଗା , ଆଦି ପଂଚାୟତ ଗୁଡିକର ହିତାଧିକାରୀ ଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ବ୍ଲକର ସମୁଦାୟ 11 ହଜାର ଏକ ଶହ 83 ଜଣ ହିତାଧିକାରୀ ଙ୍କୁ ଏହି ଭତ୍ତା ପ୍ରଦାନ କରାଯିବ । ଆହୁରି ଦୁଇ ହଜାର ଲୋକଙ୍କୁ ଆଗାମୀ ଦିନରେ ଏହି ଭତ୍ତା ଅନ୍ତର୍ଭୁକ୍ତ କରାଯିବ । ପାଇକମାଲ ବ୍ଲକର ଝିଟିକି ପଂଚାୟତ ରେ ସର୍ବାଧିକ 1089 ଓ ଚରଦାପାଳି ରେ ସର୍ବନିମ୍ନ 96 ଜଣ ହିତାଧିକାରୀ ଙ୍କୁ ଏହି ଭତ୍ତା ବଣ୍ଟନ କରାଯିବ ।ଭତ୍ତା ବଣ୍ଟନ ସମୟରେ ମାନ୍ୟବର ବିଧାୟକ ହିତାଧିକାରୀ ମାନଙ୍କୁ କୋରୋନା ମହାମାରୀର ଭୟାବହତା ଓ ଏହାର ପ୍ରତିକାର ବିଷୟରେ ବୁଝାଇଥିଲେ । ଏହି ଭତ୍ତା ବଣ୍ଟନ ସମୟରେ ପାଇକମାଲ ବ୍ଳକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ, BDO ଶ୍ରୀ ସୁରେନ୍ଦ୍ର ମେହେର , GPO ଶ୍ରୀ ଭୀଷ୍ମଦେଵ ମାଝୀ, FEO ଶ୍ରୀ ରମେଶ ଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault