ହେଡଲାଇନସ୍:

ଜୁଆ ଖେଳୁଥିଲେ ଜିଲ୍ଲାପାଳ-ଡ଼ିଆଇଇଟି କାର୍ଯ୍ୟାଳୟ କିରାଣୀ ଓ କନଷ୍ଟେବଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଲକ ଡାଉନ ସତ୍ତ୍ୱେ  ଥମୁନି ଜୁଆ ଖେଳ, ପୋଲିସର ଲଗାତାର ଚଢଉ

  • ଦୁଇ କିରାଣି ସହ ପୋଲିସ କନେଷ୍ଟବଲ ସମେତ ୬ ଗିରଫ

  • ୫୯୦୦ ଟଙ୍କା, ୨ଟି ବାଇକ, ୩ ମୋବାଇଲ ଜବତ

ନୂଆପଡ଼ା(ଅମିତ ପୁରୋହିତ) : ସ୍ଥାନୀୟ ସହର ଭିତରେ ଜୁଆ ଖେଳ ଦିନକୁ ଦିନ ବଢିବାରେ ଲାଗିଛି । ସଦର ପୁଲିସ ସ୍ଥାନୀୟ ବ୍ଲକ କଲୋନୀ ସନ୍ତୋଷୀ ମନ୍ଦିର ନିକଟ ଏକ ଜୁଆ ଅଡ୍ଡା ଉପରେ ଚଢାଉ କରି ଦୁଇ ଜଣ କିରାଣି, ଜଣେ ପୁଲିସ କନେଷ୍ଟବଲ ସମେତ ୬ ଜଣ ଜୁଆଡିକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ନଗଦ ୫୯୦୦ ଟଙ୍କା, ୨ଟି ମୋଟର ସାଇକେଲ, ୩ଟି ମୋବାଇଲ ଫୋନକୁ ଜବତ କରିଥିବା ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡ ସୂଚନା ଦେଇଛନ୍ତି । 

      ସରକାରଙ୍କ ଲକ୍ ଡାଉନ ନିୟମକୁ ସଠିକ ଭାବେ ପାଳନ କରିବା ପାଇଁ ଏସପି ବିନିତ ଅଗ୍ରୱାଲଙ୍କ ନିଦେ୍ର୍ଧଷ କ୍ରମେ ସହର ଭିତରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୋଲିସ ପାଟ୍ରୋଲିଂ ସମୟରେ ବ୍ଲକ କଲୋନୀ ସ୍ଥିତ ସନ୍ତୋଷୀ ମନ୍ଦିର ନିକଟ ଏକ ଘର ଭିତରେ ଜୁଆ ଖେଳ ଚାଲିଥିବା ପୁଲିସ ଖବର ପାଇଥିଲା । ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ବି ଆର ପୁହାଣଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢାଉ କରିଥିଲା । ସେଠାରେ ଜୁଆଡି ମାନେ ପୁଲିସକୁ ଗାଲି ଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଚମକ ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ । ସେଠାରେ ବହୁ କଷ୍ଟରେ ପୁଲିସ ଟିମ ୬ ଜଣ ଜୁଆଡିଙ୍କୁ କାବୁ କରିଥିଲେ । ସେଥିରେ ସିନାପାଲି ଥାନା ନଦିଗାଁର ବାସିନ୍ଦା ତଥା ଜିଲ୍ଲାପାଳ ଅଫିସ ବରିଷ୍ଠ  କିରାଣି ବୋଧନ ତାଣ୍ଡି(୫୩), ଜୋଙ୍କ ଥାନା ଜାମପାଣୀ ଗାଁର ବାସିନ୍ଦା ତଥା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ) କନିଷ୍ଠ କିରାଣି ମୋହନ ପ୍ରଧାନ(୪୫), ଖଡ଼ିଆଳ ଥାନା କୁଲିଗାଁର ବାସିନ୍ଦା ତଥା ଜୋଙ୍କ ଥାନା କାର୍ଯ୍ୟରତ କନେଷ୍ଟବଲ ସୁଧିର ଶବର(୪୫), ବ୍ଲକ କଲୋନୀର ଟିକମନ ଭୋଇ, ନୀଲସୈଲ ନଗର ସନ୍ତୋଷ ପୁଞ୍ଜି (୩୧), ଇନ୍ଦ୍ରା କଲୋନୀର ପରମେଶ୍ୱର ସେଠଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ନଗଦ ୫୯୦୦ ଟଙ୍କା, ୨ଟି ମୋଟର ସାଇକେଲ, ୩ଟି ମୋବାଇଲ ଫୋନକୁ ଜବତ କରିଥିଲେ । ଏନେଇ ସଦର ଥାନାରେ ଏକ ମାମାଲ ରୁଜୁ କରି ଅଧିକ ତଦନ୍ତ କରି ୬ ଜଣ ଜୁଆଡିଙ୍କୁ କୋର୍ଟ ଚାଲାଣ କରିଥିବା ସହ ତୁରନ୍ତ ପଦକ୍ଷେପ ନେଇ ନୂଆପଡା ଏସ୍ ପି ବିନିତ ଅଗ୍ରୱାଲ ଶ୍ରୀ ସୁଧିର ଙ୍କୁ ନିଲମ୍ବିତ କରିଥିବା ଆଇଆଇସି ଆଦିତ୍ୟ ମହାକୁଡ ସୂଚନା ଦେଇଥିଲେ । ଏସଆଇ ବିନୟ କେର୍କେଟା, ଏଏସଆଇ ଶଙ୍କର ଏକ୍କା, ହାବିଲଦାର ଯୁଗଧର ବାଗ, କନେଷ୍ଟବଲ ରଶ୍ମିତା ନାୟକ ପ୍ରମୁଖଙ୍କ ସମେତ ଆଇଆରବି ଜବାନ ମାନେ ଚଢାଉରେ ସାମିଲ ଥିଲେ । 

    ନିକଟରେ ସଦର ଥାନା ଜୁନାନୀ ଗାଁ ଜଙ୍ଗଲ ନିକଟ ଏକ ଜୁଆ ଅଡ୍ଡା ଉପରେ ପୋଲିସ ଚଢାଉ କରିଥିଲା । ସେଠାରୁ ୬ ଜଣ ଜୁଆଡିକୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୬୬୫୦ ଟଙ୍କା ଜବତ କରିଥିଲେ । ଗତ ୭ ତାରିଖ ରାତିରେ ସଦର ପୋଲିସ ଏକ ଜୁଆ ଅଡ୍ଡା ଉପରେ ଚଢଉ କରି ୭ ଜଣ ଜୁଆଡିକୁ ଗିରଫ କରି ୧୪୬୨୦ ଟଙ୍କା, ୨ ଟି ବାଇକ, ୨ ଟି ମୋବାଇଲ, ସହ ୧୪୮ଟି ଦେଶି ମଦ ପାଉଚ ଜବତ କରିଥିଲା । ଗତ ୨୯ ତାରିଖରେ ସ୍ଥାନୀୟ ତେଲିପଡାର ଏକ ଜୁଆ ଅଡ୍ଡା ଉପରେ  ଚଢାଉ କରି ୫ ଜୁଆଡିକୁ ଗିରଫ କରି ୯୬୦ ଟଙ୍କା ସହ ୧୪୬ ମଦ ପାଉଚକୁ ଜବତ କରିଥିଲା । ତେବେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ହେଲେ ସରକାରଙ୍କ ନିୟମକୁ ବେଖାତିର କରି ସଦର ଥାନା ଅଞ୍ଚଳରେ ଜୁଆ ଖେଲ ବଢିବାରେ ଲାଗିଛି । ଏହାକୁ ନେଇ ସଦର ପୁଲିସ ଗୋଟିଏ ପରେ ଗୋଟିଏ ଜୁଆ ଅଡ୍ଡା ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ  ଆରମ୍ଭ କରିଛି । ଗତ ୧୫ ଦିନ ଭିତରେ ୨୪ ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଳାଣ କରଥିବା ଜଣା ପଡିିଛି ।     

0
0
0
s2sdefault