ହେଡଲାଇନସ୍:

ବିଶାଖାପାଟଣା-ସମ୍ବଲପୁର, ବିଶାଖାପାଟଣା-କଟକ ଏବଂ ଯଶବନ୍ତପୁର-ଗୌହାଟି ମଧ୍ୟରେ ପାର୍ସେଲ ଟ୍ରେନ୍ ସେବା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

• ଯେଉଁ ବ୍ୟବସାୟୀମାନେ ଏହି ସେବାର ସୁବିଧା ନେବାକୁ ଚାହୁଁଛନ୍ତି ସେମାନେ ଅଧିକ ସୂଚନା ନିମନ୍ତେ ଷ୍ଟେସନ ମ୍ୟାନେଜର ଓ ପାର୍ସେଲ ସୁପରଭାଇଜରଙ୍କୁ ଯୋଗାଯୋଗ କରନ୍ତୁ ।

• ଚାହିଦା ଉପରେ ସମିକ୍ଷାକରି ପାର୍ସେଲ ଟ୍ରେନ୍ ଚଳାଚଳ ଦିବସ ବୃଦ୍ଧି କରାଯିବ, ରାଜ୍ୟ ସରକାରଙ୍କ - ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସେବାର ନେଇପାରନ୍ତି ସମ୍ପୂର୍ଣ୍ଣ ସୁବିଧା  ।

• ବିଶାଖାପାଟଣା-ସମ୍ବଲପୁର ପାର୍ସେଲ୍ ଏକ୍ସପ୍ରେସ୍ ବିଶାଖାପାଟଣା ଠାରୁ ୯, ୧୧ ଓ ୧୩ ଏପି୍ରଲ ୨୦୨୦ ରେ ଛାଡ଼ି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ଏବଂ ସେହିପରି ସମ୍ବଲପୁର ଠାରୁ ୧୦, ୧୨ ଓ ୧୪ ଏପ୍ରିଲ ୨୦୨୦ ରେ ଛାଡ଼ି ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ ।

• ବିଶାଖାପାଟଣା-କଟକ ପାର୍ସେଲ୍ ଏକ୍ସପ୍ରେସ୍ ବିଶଶଖାପାଟଣା ଠାରୁ ୯ ରୁ ୧୪ ଏପି୍ରଲ ୨୦୨୦ରେ ଛାଡ଼ି କଟକ ଅଭିମୁଖେ ଯାତ୍ରା କରିବ ଏବଂ ସେହିପରି କଟକ ଠାରୁ ୧୦ ରୁ ୧୬ ଏପି୍ରଲ ୨୦୨୦ରେ ଛାଡ଼ି ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ ।

• ଯଶବନ୍ତପୁର-ଗୌହାଟି ପାର୍ସେଲ୍ ଏକ୍ସପ୍ରେସ୍ ଯଶବନ୍ତପୁର ଠାରୁ ୭ ଏପ୍ରିଲ  ୨୦୨୦ରେ ଛାଡ଼ି ଗୌହାଟି ଅଭିମୁଖେ ଯାତ୍ରା କରିବ ଏବଂ ସେହିପରି ଗୌହାଟି ଠାରୁ ୧୦ ଏପି୍ରଲ ୨୦୨୦ରେ ଛାଡ଼ି ଯଶବନ୍ତପୁର ଅଭିମୁଖେ ଯାତ୍ରା କରିବ ।

Bhubaneswar(Shasak Prashasak) : କୋଭିଡ଼୍-୧୯ର ସଂକ୍ରମଣ ଓ ୨୧ ଦିନ ଧରି ତାଲାବନ୍ଦ ଘୋଷଣା ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଏହି ୨୧ ଦିନକୁ ଏକ ଆହ୍ୱାନ ରୂପେ ଗ୍ରହଣକରି ସାରା ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା କୋଇଲା, ଖାଦ୍ୟସଶ୍ୟ, ସାର, ପେଟ୍ରୋଲିୟମ୍ ଉତ୍ପାଦ , ଫଳ ଓ ପନିପରିବା, ଦୁଗ୍ଧ, ଜାଳେଣୀ ତୈଳ, ଚିନି, ଲୁଣ ଏବଂ ଔଷଧ ଇତ୍ୟାଦି ବାଧାହୀନଭାବେ ପରିବହନ କରିଚାଲିଛି  । ଏହି ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଦେଶର ବିଭିନ୍ନ ସ୍ଥାନକୁ ପାର୍ସେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି । ପୂର୍ବରୁ ପୂର୍ବ ତଟ ରେଳପଥ ମଧ୍ୟ ଦେଇ କେତେକ ପାର୍ସେଲ ଏକ୍ସପ୍ରେସ୍ ଚଳାଚଳ କରିଥିଲା ।

ପୂର୍ବ ତଟ ରେଳପଥ ନିଜର ପରିସୀମା ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ପାର୍ସେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଗୋଟିଏ ପାର୍ସେଲ୍ ଏକ୍ସପ୍ରେସ୍ ଟ୍ରେନ୍ ବିଶାଖାପାଟଣା-ସମ୍ବଲପୁର-ବିଶାଖାପାଟଣା ଓ ଅନ୍ୟଟି ବିଶାଖାପାଟଣା-କଟକ-ବିଶାଖାପାଟଣାକୁ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଭିନ୍ନ ଲୋଡିଙ୍ଗ୍ ଓ ଅନ୍-ଲୋଡିଙ୍ଗ୍ ସ୍ଥାନରୁ ନେଇ ଚଳାଚଳ କରିବ ।

ବିଶାଖାପାଟଣା-ସମ୍ବଲପୁର-ବିଶାଖାପାଟଣା ପାର୍ସେଲ୍ ଏକ୍ସପ୍ରେସ୍ ଟ୍ରେନ୍ ବିଶାଖାପାଟଣା ଠାରୁ ୯, ୧୧ ଓ ୧୩ ଏପି୍ରଲ ୨୦୨୦ ସକାଳ ୯ ଘଟିକାରେ ଛାଡ଼ି ସମ୍ବଲପୁର ଠାରେ ସେହିଦିନ ସଂଧ୍ୟା ୫.୩୦ ମିନିଟ୍ ରେ ପହଞ୍ଚôବ । ଫେରିବା ରାସ୍ତାରେ ଏହି ଟ୍ରେନ୍ ସମ୍ବଲପୁର ଠାରୁ ୧୦, ୧୨ ଓ ୧୪ ଏପ୍ରିଲ୍ ୨୦୨୦ ସକାଳ ୯ ଘଟିକାରେ ଛାଡ଼ି ବିଶାଖାପାଟଣାରେ ସେହିଦିନ ସଂଧ୍ୟା ୫.୩୦ ମିନିଟ୍ରେ ପହଂଚିବ  ।

ସେହିପରି ବିଶାଖାପାଟଣା-କଟକ-ବିଶାଖାପାଟଣା ପାର୍ସେଲ୍ ଏକ୍ସପ୍ରେସ୍ ଟ୍ରେନ୍ ବିଶଶଖାପାଟଣା ଠାରୁ ୯ ରୁ ୧୪ ଏପ୍ରିଲ୍ ୨୦୨୦ ସକାଳ ୧୦ ଘଟିକାରେ ଛାଡ଼ି ସେହିଦିନ କଟକରେ ସଂଧ୍ୟା ୬.୩୦ ମିନିଟ୍ରେ ପହଂଚିବ  । ଫେରିବା ରାସ୍ତାରେ କଟକ ଠାରୁ ୧୦ ରୁ ୧୫ ଏପ୍ରିଲ୍ ୨୦୨୦ ସକାଳ ୯ ଘଟିକାରେ ଛାଡ଼ି ବିଶାଖାପାଟଣାରେ ସେହିଦିନ ସଂଧ୍ୟା ୫.୩୦ ମିନିଟ୍ରେ ପହଞ୍ଚôବ । ପୂର୍ବ ତଟ ରେଳପଥ ଦ୍ୱାରା ଚଳାଚଳ କରୁଥିବା ଏହି ପାର୍ସେଲ୍ ଟ୍ରେନ୍ ବ୍ୟତୀତ ଆନ୍ତଃ ଜୋନାଲ୍ ରେଳପଥ ପାର୍ସେଲ୍ ଟ୍ରେନ୍ ପୂର୍ବ ତଟ ରେଳପଥର ପରିସୀମା ମଧ୍ୟ ଦେଇ ଚଳାଚଳ କରିବ ।

ଆନ୍ତଃ ରେଳପଥ ପାର୍ସେଲ୍ ଟ୍ରେନ୍ :

୧) ୦୦୭୫୯-ସିକନ୍ଦରାବାଦ-ହାୱଡ଼ା ପାର୍ସେଲ୍ ଏକ୍ସପ୍ରେସ୍ ସିକନ୍ଦରାବାଦ ଠାରୁ ୯ ଏପ୍ରିଲ୍ ୨୦୨୦ ଦିନ ରାତ୍ର ୧୦ ଘଟିକାରେ ଛାଡ଼ି ହାୱଡ଼ାରେ ତା'ପରଦିନ ସକାଳ ୪ଟାରେ ପହଂଚିବ  । ୦୦୭୬୦-ହାୱଡ଼ା-ସିକନ୍ଦରାବାଦ ସ୍ୱତନ୍ତ୍ର ପାର୍ସେଲ୍ ଟ୍ରେନ୍ ହାୱଡ଼ା ଠାରୁ ୧୧ ଏପ୍ରିଲ୍ ୨୦୨୦ ଦିନ ଅପରାହ୍ନ ୦୪.୦୫ ମିନିଟ୍ରେ ଛାଡ଼ି ସିକନ୍ଦରାବାଦରେ ତା'ପରଦିନ ସଂଧ୍ୟା ୬ଟାରେ ପହଞ୍ଚôବ । ଏହି ଟ୍ରେନ୍ ଖୋର୍ଦ୍ଧା ଓ ଭୁବନେଶ୍ୱର ଠାରେ ରହଣୀ କରିବ ।

୨) ୦୦୬୦୩-ଯଶବନ୍ତପୁର-ହାୱଡ଼ା ପାର୍ସେଲ୍ ଏକ୍ସପ୍ରେସ୍ ଯଶବନ୍ତପୁର ଠାରୁ ୮ ଓ ୧୧ ଏପ୍ରିଲ୍ ୨୦୨୦ ମଧ୍ୟାହ୍ନ ୧ ଘଟିକାରେ ଛାଡ଼ି ହାୱଡ଼ାରେ ରାତ୍ର ୨ଟାରେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ରହଣୀ କରି ପହଂଚିବ । ସେହିପରି ୦୦୬୦୪-ହାୱଡ଼ା-ଯଶବନ୍ତପୁର ସ୍ୱତନ୍ତ୍ର ପାର୍ସେଲ୍ ପହଂଚିବ ।

୩) ୦୦୬୦୯-ଯଶବନ୍ତପୁର-ଗୌହାଟି ପାର୍ସେଲ୍ ଏକ୍ସପ୍ରେସ୍ ଯଶବନ୍ତପୁର ଠାରୁ ୭ ଏପି୍ରଲ ୨୦୨୦ ଦିନ ମଧ୍ୟାହ୍ନ ୧ ଘଟିକାରେ ଛାଡ଼ି ଗୌହାଟିରେ ରାତ୍ର ୯.୧୫ ମିନିଟରେ  ପହଂଚିବ ଏବଂ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ରହଣୀ କରିବ । ସେହିପରି ୦୦୬୧୦-ଗୌହାଟି-ଯଶବନ୍ତପୁର ସ୍ୱତନ୍ତ୍ର ପାର୍ସେଲ୍ ଟ୍ରେନ୍ ଗୌହାଟି ଠାରୁ ୧୦ ଏପି୍ରଲ ୨୦୨୦ ଦିନ ସକାଳ ୯ ଘଟିକାରେ ଛାଡ଼ି ଯଶବନ୍ତପୁରରେ ସଂଧ୍ୟା ୫.୪୫ ମିନିଟରେ  ପହଂଚିବ ।

ଏହି ଲକ ଡାଉନ ସମୟରେ ସମସ୍ତ ସରକାରୀ ସଂସ୍ଥା, ଏନ୍.ଜି.ଓ., ବ୍ୟବସାୟୀ ସଂସ୍ଥାନମାନଙ୍କୁ ସୂଚନା ଦିଆଯାଉଛି ଯେ ସେମାନେ ଏହି ସେବାର ସଦୁପଯୋଗ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଭିନ୍ନ ସ୍ଥାନକୁ ପଠାଇ ପାରିବେ । ଏହି ଟ୍ରେନ୍ ଚଳାଚଳ ବିଷୟରେ ଷ୍ଟେସନ ମ୍ୟାନେଜର ଓ ପାର୍ସେଲ୍ ସୁପରଭାଇଜର୍ମାନେ ସବିଶେଷ ତଥ୍ୟ ପ୍ରଦାନ କରିପାରିବେ ।

ଏଥି ନିମନ୍ତେ ଯୋଗାଯୋଗ କରିବାର ବ୍ୟକ୍ତିମାନେ ହେଉଛନ୍ତି ବରିଷ୍ଠ  ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ସମ୍ବଲପୁର - ଶ୍ରୀ ସମ୍ବିତ ନାୟକ, ମୋ.:୮୪୫୫୮୮୬୯୫୦, ଖୋର୍ଦ୍ଧାରୋଡ଼ - ଶ୍ରୀ ପି. କେ. ସାମଲ, ମୋ.:୮୪୫୫୮୮୭୯୫୦, ୱାଲଟିୟର - ଶ୍ରୀ ସୁନୀଲ କୁମାର, ମୋ.:୮୯୭୮୦୮୦୯୫୦ ଓ ଭୁବନେଶ୍ୱରଠାରେ ଶ୍ରୀ ଏଚ୍.ଏଲ୍.ଲୁହାଙ୍ଗ, ଉପମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ, ମୋ:୮୪୫୫୮୮୫୯୫୫

ଭାରତୀୟ ରେଳପଥ ଦେଶରେ ଆହୁରି ଅଧିକ ପାର୍ସେଲ୍ ଟ୍ରେନ୍ ଚଳାଚଳ କରିବା ସହିତ ଏହି ପାର୍ସେଲ୍ ଟ୍ରେନ୍ର ଦିନ ବୃଦ୍ଧି କରିବାକୁ ଯୋଜନା କରୁଛି । ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ମଧ୍ୟ ଚଳାଚଳ କରିବାକୁ ଯୋଜନା କରୁଛି । ଏହି ସେବାର ସୁଯୋଗ ନେବାକୁ ଚାହୁଁଥିବା ବ୍ୟବସାୟୀ ଓ ଯୋଗାଣକାରୀମାନେ ପାର୍ସେଲ୍ ଅଫିସ୍ ଓ ଷ୍ଟେସନ୍ ମ୍ୟାନେଜରଙ୍କୁ ଯୋଗାଯୋଗ କରି ସେମାନଙ୍କର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିପାରିବେ ।

0
0
0
s2sdefault