ହେଡଲାଇନସ୍:

 କରୋନା ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବିଫଳ – ଲୋକସଭା ସାଂସଦ ଇଂ ଟୁଡ଼ୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରଦର୍ଶନ କରୁଛନ୍ତି ସରକାରୀ ଅଧିକାରୀ"

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମୁକାବିଲାକୁ ନେଇ ମୟୂରଞ୍ଜ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ଏବଂ ନିର୍ବାଚିତ ଲୋକପ୍ରତିନିଧାମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଅଣଦେଖା ପ୍ରଦର୍ଶନ କରୁଥିବା ବିଷୟକୁ ନେଇ ଆରୋପ ବାଢ଼ିଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ବେଶର ଟୁଡ଼ୁ । କରୋନାକୁ ନେଇ ଲକ୍ ଡ଼ାଉନ ଭଳି ପରିସ୍ଥିତିରେ ଜନସାଧାରଣ ଯେନତେନ ପ୍ରକାରଣେ ନିଜ ନିଜର ପରିବାରକୁ ନେଇ ଜୀବନଯାପନ କରୁଛନ୍ତି । ଏହି ଭଳି ଘଡ଼ିସନ୍ଧି ସମୟରେ ଜିଲ୍ଲାପାଳ ପ୍ରତ୍ୟେକ ଦିନ ନୂଆ ନୂଆ ନିୟମ ଜନାସାଧାରଣଙ୍କ ଉପରେ ଥୋପି ସେମାନଙ୍କ ମନରେ କୁକୁଆ ଭୟ ସୃଷ୍ଟି କରାଇ ବ୍ରିଟିଶ ଶାସନ ଚଳାଉଥିବା ବେଳେ ନିଜେ ଶୀତତାପ ନିୟନ୍ତ୍ରୀତ କାର୍ଯ୍ୟାଳୟରୁ ବାହାରକୁ ବାହାରୁ ନାହାନ୍ତି । ଏହାର ସୁଯୋଗ ନେଇ ସରକାରୀ ଅଧିକାରୀମାନେ କାର୍ଯ୍ୟାଳୟକୁ ଆସୁନାହାନ୍ତି । ଏହାର ନଗନ ଉଦାହର ଗତ କାଲି ଶୁଳିଆପଦା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଗତକାଲି ସାଂସଦ ଶ୍ରୀଟୁଡ଼ୁ କରୋନା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ନିମନ୍ତେ ବିଭିନ୍ନ ବ୍ଲକ ଗସ୍ତ କରି ଶୁଳିଆପଦା ବ୍ଲକରେ ପହଁଞ୍ଚିଥିଲେ । ଏହି ଗସ୍ତ ସମୟରେ ମୋରଡ଼ା, ରାସଗୋବିନ୍ଦପୁର, ସାରସକଣା , କୁଳିଅଣା ବ୍ଲକଗୁଡ଼ିକରେ ବିଡ଼ିଓଙ୍କୁ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିବା ବେଳେ ଶୁଳିଆପଦା ବ୍ଲକ ବିଡ଼ିଓ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାର ଦେଖିବାକୁ ପାଇଥିଲେ । ବିଡ଼ିଓ ହେଡ଼କ୍ୱାଟରରେ ନ ରହି ପ୍ରାୟ ୩୫ କିଲୋମିଟର  ଦୂର ବାରିପଦାରୁ ପ୍ରତ୍ୟେକ ଦିନ ବ୍ଲକକୁ ଯିବା ଆସିବା କରୁଥିବାର ଜାଣିବାକୁ ପାଇଥିଲେ । ଏଥି ସହିତ ଜିଲ୍ଲାପାଳ କୁଆଡେ଼ ତାଙ୍କୁ ସ୍ୱତନ୍ତ୍ର କାର୍ଯ୍ୟରେ ନିୟୋଜିତ କରାଉଥିବାର ବାହାନା କରି ବ୍ଲକ କାର୍ଯ୍ୟାଳୟକୁ ଯାଉନଥିବାର ଜଣାପଡ଼ିଥିଲା । ଫଳରେ ବ୍ଲକରେ ବହୁ ଅନିୟମିତା ହେଉଥିବାର ସୂଚନା ମିଳିଥିଲା । କରୋନା ମୁକାବିଲା ନିମନ୍ତେ ମାସ୍କ, ହାତପିନ୍ଧା ଗ୍ଲୋଭସ୍, ସାନିଟାଇଜର, ଟିସୁ ପେପର ଆଦି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ସାଂସଦ ଶ୍ରୀଟିଡ଼ୁ ଅଭିଯୋଗ ଆଣିଛନ୍ତି । ଏଥି ସହିତ ଏହି ସମସ୍ତ ସାମଗ୍ରୀଗୁଡ଼ିକ ଉପରେ ଏମଆରପି ସହ ମେନୁ୍ୟଫେକଚରିଂ ତାରିଖ, ଏକ୍ସପାରୀ ତାରିଖ ଓ ପ୍ୟାକିଂ ତାରିଖ  ଆଦି ବିଷୟରେ କୌଣସି ସୂଚନା ନଥିବାର ଦେଖିବାକୁ ପାଇଥିଲେ । ସେହିପରି ବ୍ଲକରେ ବିଦ୍ୟାଳୟଗୁଡ଼ିକରେ ଅଧ୍ୟନରତ ଛାତ୍ରଛାତ୍ରୀମାନଙ୍କୁ ମିଡ଼ ଡେ଼ ମିଲ ସାମଗ୍ରୀ ଦିଆଯାଇ ନାହିଁ । ହିତାଧିକାରୀକାରୀମାନଙ୍କୁ ୧ ହଜାର ଟଙ୍କା ବଣ୍ଟନ ସଠିକ୍ ଭାବେ ହୋଇନାହିଁ । ଅସହାୟଙ୍କ ନିକଟରେ ଜିଲ୍ଲା ପ୍ରଶାସନ ଅଦ୍ୟାବଧି ପହଁଞ୍ଚି ପାରି ନାହିଁ । ଜିଲ୍ଲାରେ ନିତ୍ୟବ୍ୟବହାର୍ଯ୍ୟ ସାମଘ୍ରୀ ସହିତ ପନିପରିବାର ମୂଲ୍ୟବୃଦ୍ଧିକୁ ପ୍ରଶାସନ ରୋକିବାରେ ବିଫଳ ହୋଇଛନ୍ତି । ଏହା ପ୍ରଶାସନର ଅପାରଗତାକୁ ପ୍ରମାଣିତ କରାଉଛି । ପୁଣି ଗରୀବ, ଅସହାୟ, ନିସ୍ୱ, ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିମାନଙ୍କ ନିକଟରେ ରନ୍ଧା ଖାଦ୍ୟ ପହଁଞ୍ଚି ପାରି ନାହିଁ । ବାରିପଦାରେ ଜଣେ ବିବାହିତ ଯୁବକ ଲକ ଡ଼ାଉନ ସମୟରେ ଆର୍ଥିକ ଅନାଟନ ଭିତରେ ଗତି କରି ପରିବାର ମୁହଁରେ ଦୁଇ ବେଳା ଆହାର ଦେବାରେ ଅସମର୍ଥ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ଅଦିବାସୀ ଅଧ୍ୟଷିତ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ପାଳଙ୍କର ଏହି ପ୍ରକାରର ତୋଗଲକି ଶାସନକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ସାଂସଦ ଶ୍ରୀଟୁଡ଼ୁ ଗଣମାଧ୍ୟମକୁ ସୂଚନା ଦେବା ସହିତ କରୋନା ଭଳି  ମହାମାରୀର ମୁକାବିଲା ନିମନ୍ତେ ଜନସାଧାରଣ ସଂଗ୍ରାମ ଚଳାଇଥିବା ବେଳେ ନିର୍ବାଚିତ ଲୋକପ୍ରତିନିଧି ଓ ଜିଲ୍ଲାପ୍ରଶାସନ ମଧ୍ୟରେ ତୁ ତୁ ମେଁ ମେଁ ଜିଲ୍ଲା ପାଇଁ  ମଙ୍ଗଳଦାୟକ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

0
0
0
s2sdefault