ହେଡଲାଇନସ୍:

ମୟୂରଭଞ୍ଜରେ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ : ଜିଲ୍ଲାପ୍ରଶାସନ ଓ କିମସ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିସ କ୍ୟାମ୍ପସ ପରିସରରେ ୭ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଭିଡ଼ ହସପିଟାଲ ପ୍ରତିଷ୍ଠା  ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ କିମସ ହସପିଟାଲ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ କିମସ ହସପିଟାଲର ସିଇଓଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିବାର ଜଣାପଡ଼ିଛି । ଏଥି ସହିତ ଆସନ୍ତା ୭ ଦିନ ମଧ୍ୟରେ ବାରିପଦା ପୌରପରିଷଦ ଉପକଣ୍ଠ ବାଙ୍କିଶୋଳଠାରେ ଥିବା କିସ କ୍ୟାମ୍ପସ ପରିସରରେ ଏହି ହସପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ପ୍ରକାଶ କରିଛନ୍ତି । ଉକ୍ତ ହସପିଟାଲରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ ଚିକିତ୍ସା କରାଯିବ । ଏହି ଅବସରରେ କିଟ ଓ କିସ୍ ପ୍ରତିଷ୍ଠାତା  ତଥା କନ୍ଧମାଳ ସାଂସଦ ଅଚ୍ୟୁତ  ସାମନ୍ତ, ଏଡ଼ିଏମ୍ ରାଜସ୍ୱ ବିବେକାନନ୍ଦ ସାହୁ, ସିଡ଼ିଏମଓ ରୂପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଜିଲ୍ଲାର ରାଇରଙ୍ଗପୁରଠାରେ ଅନ୍ୟ ଏକ କୋଭିଡ଼ ହସପିଟାଲ ପ୍ରତିଷ୍ଟାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବାର ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଭୁବନେଶ୍ୱରଠାରେ ରାଜ୍ୟର ପ୍ରଥମ  ବିଶାଳ କୋବିଦ ୧୯ ହସ୍ପିଟାଲ ପ୍ରତିଷ୍ଠା କରିଥିବା କିମସ  କନ୍ଧମାଳ ଓ ବଲାଙ୍ଗୀରରେ ମଧ୍ୟ କୋବିଦ ହସ୍ପିଟାଲ ପ୍ରତିଷ୍ଠା କରିବା ଲାଗି ବୁଝାମଣାପତ୍ର ସ୍ଵାକ୍ଷର କରି ସାରିଛି |

0
0
0
s2sdefault