ହେଡଲାଇନସ୍:

ସ୍ବେଛାସେବୀମାନଙ୍କ ଦ୍ୱାରା ଶୁଖା ଖାଦ୍ୟ ବଣ୍ଟନ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସିନାପାଲି/ ନିରାକାର ମେହେର -ବର୍ତମାନ ଆମ ଦେଶ ଭାରତରେ ମହାମାରୀ କରୋନା ର ଭୟାବହ ହୋଇ ବଢୁଥିବା ବେଳେ ଏହାକୁ ରୋକିବା ପାଇଁ ଆମ ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ସଚେତନତା ବାର୍ତ୍ତା ଜଣାଓଥିବା ବେଳେ ସହାୟତା ର ହାତ ବଢ଼େଇବାପାଇଁ ସୂଚନା ଦେଉଛନ୍ତି | ଏହି ସବୁ କଥା କୁ ଆଖି ଆଗରେ ରଖି ବର୍ତମାନ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଟି, ସ୍ବେଛାସେବୀ, ବୁଦ୍ଧିଯିବି ମାନେ ଗରିବ ନିରୀହ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି  | ଆଜି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ଥାନା ବାହାଲପଡାରେ | ଏହି ପଡା ରେ ଦେଖିବାକୁ ମିଳିଛି ଜୟ ଜଗନ୍ନାଥ ସ୍ୱୟଂସହାୟକ ଗୋଷ୍ଟି ର  ସ୍ବେଛାସେବକ ଅତୁଳନୀୟ କାର୍ଯ୍ୟ | ଲକ ଡାଉନ ର ମହାପ୍ରଭାବ ରେ ଗରିବ ଦିନ ମଜୁରିଆ ଙ୍କ ରୋଜଗାର ଉପରେ ପଡିଯାଇଛି ତାଲା | ଯେଉ ମାନେ ଦିନ ମଜୁରିଆ ନ କଲେ ତାଙ୍କର ଚୁଲି ଜଳେ ନାହିଁ !ଲକ ଡାଉନ ର ମହାପ୍ରଭାବ ରେ ଗରିବ ପକ୍ଷେ କାଠେକର ପାଠ ହୋଇଛି | ଘରୁ ପଦା କୁ ବାହାରି ପାରୁନଥିବା ରୁ କୁଟୁମ୍ବ ଚଳାଇବା ରେ କଷ୍ଟ ହୋଇପଡୁଛି !ପରିସ୍ଥିତି କୁ ଅନୁଧ୍ୟାନ କରି ବାହାଲପଡା ର ଜୟ ଜଗନ୍ନାଥ ସ୍ୱୟଂସହାୟକ ଗୋଷ୍ଠୀ ର 11 ଜଣ ସଦସ୍ୟ 100 ପରିବାର କୁ କିଛି ଦିନ ହେବ ଶୁଖା ଖାଦ୍ୟ ବଣ୍ଟନ କରୁଛନ୍ତି | ସ୍ୱୟଂସହାୟକ ଗୋଷ୍ଟି ର ସଭାପତି -ଅମ୍ବିକା ବେମାଳ, ଉପାଧ୍ୟକ୍ଷା -ପିଙ୍କି ସାହୁ, ଓ ନିର୍ମଳ ବେମାଳ, ମାଧବୀ ସାହୁ, ଡାଳିମ୍ବ ମେହେର, ହେମଲତା ବେମାଳ, କରୁଣା ବାଗ, ତୀରମାଣି ବାଗ, ସୁରେଖା ବନ୍ଦୀଛୋର, ମାଳତୀ ନାଏକ, ଲୀଳାଦେଇ ବେମାଳ ସମସ୍ତେ ଉପସ୍ଥିତ ରହି ଗରିବ ଲୋକଙ୍କୁ ଶୁଖା  ଖାଦ୍ୟ ବଣ୍ଟନ କରୁଛନ୍ତି |

0
0
0
s2sdefault