ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର (ଶାସକ ପ୍ରଶାସକ): କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି  ବିଶେଷଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଉଛି । ଏହି କ୍ରମରେ ଆଜି ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ କାର୍ଯ୍ଯାଳୟ ମଧ୍ୟରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଜରିଆରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଉପସ୍ଥିତିରେ ପଦ୍ମପୁର ମାରୱାଡି ସମ୍ମିଳନୀ ଶାଖା ତରଫରୁ ଟ ୧ ,୧୫ ,୧୨୦ ଟଙ୍କାର ଡ୍ରାଫ୍ଟ ଶାଖାର ସଭାପତି ପରମେଶ୍ଵର ଅଗ୍ରୱାଲ, ସଂପାଦକ ରମେଶ ଅଗ୍ରୱାଲ, କୋଷାଧ୍ୟକ୍ଷ କୌଳାସ ଚନ୍ଦ୍ର ଅଗ୍ରୱାଲ, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ  ତଥା ସଭ୍ଯ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଛି  । ସେହିଭଳି ପଦ୍ମପୁର କେମିଷ୍ଟ ଏସୋସିଏସନ ତରଫରୁ ସଂଘର ସଭାପତି ଦିନ ଦୟାଲ ଅଗ୍ରୱାଲ, ସଂପାଦକ ଅନିଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତିରେ ୩୧ ହଜାର ଟଙ୍କା ଡ୍ରାଫ୍ଟ ପ୍ରଦାନ  କରାଯାଉଛି । ବରିକେଲ ସରପଞ୍ଚ ସୌଦାମିନି ମେହେର ତାଙ୍କର ସ୍ବାମୀ ରମେଶ ମେହେର ୧୧ ହଜାର ଟଙ୍କାର ଚେକ୍ ପ୍ରଦାନ ପ୍ରଦାନ କରିଛନ୍ତି  । ବିଭିନ୍ନ ଅନୁଷ୍ଠାନ ଏବଂ ବ୍ଯକ୍ତି ବିଶେଷଙ୍କ ଏହି ଭଳି କାର୍ଯ୍ୟକୁ ଉପ ଜିଲ୍ଲାପାଳ ପ୍ରଶଂସା କରିବା ସହିତ ସମସ୍ତଙ୍କୁ  କୃତଜ୍ଞତା ଜଣାଇଛନ୍ତି   ।

0
0
0
s2sdefault