ହେଡଲାଇନସ୍:

କରୋନା ଲଢେଇରେ ବି ସହଯୋଗର ହାତ ବଢ଼ାଇଲେ ଗୃହିଣୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ଅର୍ନ୍ତଗତ ପଦ୍ମପୁର ଏନଏସି ବାସିନ୍ଦା ଶ୍ରୀମତୀ ସଂଘମିତ୍ରା ଶତପଥି ମଙ୍ଗଲବାର ସଂଧ୍ୟାରେ କରୋନା-୧୯ ବିରୁଦ୍ଧରେ ଖର୍ଚ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏଗାର ହଜାର ଟଙ୍କାର ଏକ ଚେକ ପଦ୍ମପୁର ଉପ ଜିଲ୍ଳାପାଳ ତନ୍ମୟ ଦରଓାନଙ୍କୁ ପ୍ରଦାନ କରିଛନ୍ତି । ଚେକ ପ୍ରଦାନ ସମୟରେ ତାଙ୍କ ସ୍ୱାମୀ ବରିଷ୍ଠ  ଆଇନଜୀବି ଅଜିତ ଶତପଥି ଏବା ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ଉପସ୍ଥିତ ଥିଲେ । ଗୃହଣି ଶ୍ରୀମତୀ ଶତପଥିଙ୍କ ଏହି ମହତ ଉଦ୍ୟମକୁ ବୁଦ୍ଧିଜୀବି ମହଳରେ ପ୍ରଂଶସା କରାଯାଇଥିବା ବେଳେ ଆଗମୀ ଦିନରେ ଅଂଚଳର ଗୃହୀଣି ମାନଙ୍କ ପାଇଁ ଉଦହରଣ ହେବେ ବୋଲି ବୁଦ୍ଧିଜୀବ ମହଳରେ ମତ ପ୍ରକାଶ ପାଇଛି । ପ୍ରକାଶ ଯୋଗ୍ୟ ଯେ ଶ୍ରୀମତୀ ଶତପଥି ଜଣେ ଗୃହୀଣି ପ୍ରତିଦିନ ତାଙ୍କର ଘରକରଣରୁ ବଂଚିଥିବା ଅର୍ଥ ସବୁକୁ ସଂଗ୍ରହ କରି ଏହି ମହତ ଉଦେଶ୍ୟରେ ଦାନ କରିଥିବାରୁ ଖୁବ ଖୁସି ଅନୁଭବ କରିବା ସହ ଅଂଚଳର ଗୃହିଣୀ  ମାନଙ୍କ ଏହି ସଂକଟ ସମୟରେ ସରକାରଙ୍କୁ ସହଯୋଗ ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି ।  

0
0
0
s2sdefault