ହେଡଲାଇନସ୍:

ବରଗଡ଼ ଜିଲ୍ଲାରେ ବି ସ୍ଥାପନ ହେବ କୋବିଦ-୧୯ ଡାକ୍ତରଖାନା, ରହିବ ୨୦୦ ଶଯ୍ୟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼/ଶାସକ ପ୍ରଶାସକ : ବିପର୍ଯ୍ୟୟ ପରିଚାଳନା ରେ ବିଶ୍ଵ ଦରବାରରେ ପ୍ରଶଂସିତ ହୋଇଥିବା ନବୀନ ପଟ୍ଟନାୟକଙ୍କ କରୋନା ଲଢେଇ ବର୍ତ୍ତମାନ ସାରା ବିଶ୍ୱ ଦେଖୁଛି. ଲୋକଙ୍କ ସ୍ୱାର୍ଥ ପାଇଁ ସମଗ୍ର ଭାରତ ବର୍ଷର ସବୁଠାରୁ ବଡ଼ କରୋନା ଡାକ୍ତରଖାନା ପ୍ରତିଷ୍ଠା ପରେ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକର ପ୍ରମୁଖ ଡାକ୍ତରଖାନାରେ COVID19 ଡାକ୍ତରଖାନା ପ୍ରତିଷ୍ଠା କରିବା ନିମନ୍ତେ ଆଉ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଏକ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର , ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିବା ଉଲ୍ଲେଖ କାରାଯାଇଛି । ବରଗଡ଼ ସ୍ଥିତ ବିକାଶ ଡାକ୍ତରଖାନାରେ ଆସନ୍ତା 13 ତାରିଖରୁ ଓଡିଶା ଖଣି ନିଗମ ସହାୟତାରେ କାର୍ଯ୍ୟକ୍ଷମ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ କିଛିଦିନ ପୂର୍ବରୁ ଘୋଷଣା କରିଛନ୍ତୁ ଯେ ଖୁବଶୀଘ୍ର ବୁର୍ଲା ଭୀମସାର ଠାରେ କୋରୋନା ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହେବ । ଏହି ଖବର ବାହାରିବା ପରେ ବରଗଡ଼ ଜିଲ୍ଲାର ଜନ ସାଧାରଣ ରାଜ୍ୟସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

 

0
0
0
s2sdefault