ହେଡଲାଇନସ୍:

ଗ୍ରାମ ପୋଖରୀରୁ ଏକ ସମ୍ବର ଉଦ୍ଧାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜ଼ିଲ୍ଲା  ମାନେଶ୍ଵର ବ୍ଲକ ଧମା ପଂଚାୟତ ଖିଣ୍ଡା ଗ୍ରାମ ପୋଖରୀରୁ ଏକ ସମ୍ବରକୁ  ଆଜି ଉଦ୍ଧାର କରିଛନ୍ତି ଧମା ରେଞ୍ଜ ବିଭାଗର କର୍ମଚାରୀ l ସମ୍ବରଟି ନିକଟସ୍ଥ ଜଂଗଲରୁ ପଳାଇ ଆସିଥିବାବେଳେ  ସ୍ଥାନୀୟ ଖିଣ୍ଡା ଗ୍ରାମ କିଛି ଲୋକ ତାକୁ ମାରିବା ପାଇଁ ଗୋଡ଼ାଇ ଥିଲେ l ସମ୍ବର ଟି ପ୍ରାଣ ବିକଳରେ ଗ୍ରାମର ଏକ ପୋଖରୀ ଭିତରେ ପଶି ଯାଇଥିବା ଜଙ୍ଗଲ ବିଭାଗର କର୍ମଚାରୀ ରଶ୍ମି ରଞ୍ଜନ ବେହେରା ସୂଚନା ପାଇ ତୁରନ୍ତ ଘଟଣା ସ୍ଥଳରେ ପହଂଚି  ବହୁ କଷ୍ଟରେ ସମ୍ବରଟିକୁ ପୋଖରୀ ରୁ ଉଦ୍ଧାର କରିଥିଲେ l ଲୋକଙ୍କ ଆକ୍ରମଣରେ  ସମ୍ବରର କେତେକ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା l ଆହତ ସମ୍ବରକୁ ଧମା ପ୍ରାଣୀ ଚିକିତ୍ସାଲୟରେ ଚିକିତ୍ସା ପରେ ଧମା ଫରେଷ୍ଟ ରେଞ୍ଜ ଅଫିସରେ ରଖା ଯାଇଛି l ଧମା ରେଞ୍ଜର ଆଲୋକ କୁମାର ଷଡ଼ଙ୍ଗୀ, ଫରେଷ୍ଟର ପ୍ରଫୁଲ୍ଲ ମୁଣ୍ଡା, ଫରେଷ୍ଟ ଗାର୍ଡ ରଶ୍ମି ରଞ୍ଜନ ବେହେରା ଙ୍କ ସହିତ ଜଙ୍ଗଲ ନିଆଁ ଲିଭା ସ୍ୱତନ୍ତ୍ର ଦଳ ଘଟଣାସ୍ଥଳରେ ପହଞ୍ଚି ସମ୍ବର କୁ ଉଦ୍ଧାର କରିଥିଲେ l ସମ୍ବର ଟି ସୁସ୍ଥ ହେବାପରେ ଜଂଗଲରେ ଛଡାଯିବ ବୋଲି ରେଞ୍ଜର ସୁଚନା ଦେଇଛନ୍ତି l

0
0
0
s2sdefault