ହେଡଲାଇନସ୍:

ତାଲାବନ୍ଦ ସମୟରେ ଡାକ୍ତରୀ ସେବା ଘରେ ପାଇବା ପାଇଁ କାଲିଠାରୁ ଟେଲିମେଡିସିନ ବ୍ୟବସ୍ଥା : ଡ଼ କ୍ରିଷନ କୁମାର  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ତଥା ଆତଙ୍କିତ ହୋଇପଡିଥିବା ବେଳେ  ପୁରା ବିଶ୍ୱକୁ କରୋନା ଚିନ୍ତାରେ ପକାଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶା ସରକାର ରାଜ୍ୟ ସରକାର କୋଭିଡ୍-୧୯ର ଦୃଢ଼ ମୁକାବିଲା କରିବା ନିମନ୍ତେ ଅନେକ ସକ୍ରିୟ  ପଦକ୍ଷେପ ଗ୍ରହଣ କରିଛନ୍ତିା ଦେଶର ପ୍ରଥମ କୋଭିଡ୍‌-୧୯ ହସ୍ପିଟାଲ ଠାରୁ ଆରମ୍ଭ କରି ସଂକ୍ରମଣକୁ ରୋକିବା ପାଇଁ ବିିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଅନ୍ୟପକ୍ଷରେ ଏହି ମହାମାରୀର ମୁକାବିଲା ଦିଗରେ ଡାକ୍ତରମାନଙ୍କର ଭୂମିକା ସର୍ବଗରିଷ୍ଠ |  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରକାର ସମ୍ଭାବ୍ୟ କୋଭିଡ୍ ରୋଗୀ ଯେଉଁମାନଙ୍କଠାରେ ଜ୍ୱର, କାଶ, ଥଣ୍ଡା, ଶ୍ୱାସଜନିତ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଓ ସହାୟତା ଯୋଗାଇଦେବା ନିମନ୍ତେ ଏକ ଉତ୍ସର୍ଗୀକୃତ ନିଃଶୁଳ୍କ ଟେଲିମେଡିସିନ୍ ସହାୟତା ନଂ-୧୪୪୧୦ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ପୂର୍ତ୍ତ ସଚିବ ଡ଼ କ୍ରିଷନ କୁମାର ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |  

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ଼ କୁମାର କହିଛନ୍ତି ଯେ, ତାଲାବନ୍ଦ ସମୟରେ ଲୋକମାନେ କଭଳି ଡାକ୍ତରୀ ସେବା ଘରେ ପାଇପାରିବେ ସେନେଇ ସରକାର କରିଛନ୍ତି ଟେଲି ମେଡ଼ିସିନ ଭଳି ମହତ୍ୱାକାଂକ୍ଷୀ ବ୍ୟବସ୍ଥା | ଏହାର ପରିଣାମ ସ୍ୱରୂପ ଲୋକଙ୍କୁ ଫୋନରେ ମିଳିବ ଡାକ୍ତରୀ ସେବା । ରାଜ୍ୟ ସରକାର ଜାରି କରିଥିବା ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର-୧୪୪୧୦କୁ କଲ୍ କରି ଘରେ ବସି ପାଇପାରିବେ ସେବା । ତେବେ ଏହି ହେଲ୍ପଲାଇନ୍ ଆସନ୍ତାକାଲି ଦିନ ୧୧ଟାରେ ଏହି ହେଲ୍ପଲାଇନକୁ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ପୂର୍ତ୍ତ ସଚିବ ଡ଼ କୁମାର । ତେବେ କରୋନା ଲକ୍ଷଣ ଦେଖା ଦେଉଥିଲେ ଏହି ନମ୍ବରକୁ କରିପାରିବେ । ଫୋନ୍ ଯୋଗେ ଆପଣ ଡାକ୍ତରଙ୍କ ଠାରୁ ପରାମର୍ଶ ପାଇପାରିବେ ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୩୦୦ ଅଭିଜ୍ଞ ଡାକ୍ତର ଏହି ହେଲ୍ପଲାଇନ୍ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିଛନ୍ତି । କଫ, ଜ୍ୱର କିମ୍ବା ଶ୍ୱାସ କ୍ରିୟାରେ ସମସ୍ୟା ହେଲେ ଏହି ନୂଆ ହେଲ୍ପଲାଇନ ନମ୍ବର- ୧୪୪୧୦କୁ କଲ୍ କରି ଟେକନୋଲୋଜି ସହାୟତାରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ପୂର୍ବରୁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଗାଇଡ୍ ଲାଇନ୍ ଅନୁସାରେ କରୋନା ଭୂତାଣୁର ଲକ୍ଷଣ ଜାଣିବା ପାଇଁ ଫୋନ୍ ଯେଗେ ଲୋକଙ୍କୁ ମେଡିସିନ୍ ପରାମର୍ଶ ଦେବାକୁ କୁହାଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ଏହି ହେଲ୍ପଲାଇନ୍ କାର୍ଯ୍ୟକାରୀ କରିବେ । ଏଭଳି ଏକ ଅସାଧାରଣ ସମୟରେ ରୋଗୀମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବରେ ଏହି ଟେଲି ମେଡିସିନ୍ ସହାୟତା ସେବା ଯୋଗାଇଦେବାକୁ ଆଗେଇ ଆସିବା ପାଇଁ ରାଜ୍ୟ ତଥା ଦେଶର ଡାକ୍ତରମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିା ଅଭିଜ୍ଞ ଡାକ୍ତରମାନେ www.bit.iy/Indiatelemed ଅନଲାଇନରେ ମଧ୍ୟ ଆପଣ ଘରେ ଥାଇ ପଂଜିକରଣ କରିପାରିବେ ।

 

0
0
0
s2sdefault