ହେଡଲାଇନସ୍:

୯ ତାରିଖ ସକାଳ ୭ଟାରୁ ବାହାରକୁ ବାହାରିଲେ ମୁହଁ-ନାକ  ଆବୃତ କରିବାକୁ  ବାଧ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତବଲିଗି ଜମାତରୁ  ଓଡ଼ିଶା ଫେରିଥିବା ୭୦ଜଣ କଲେଣି ପଞ୍ଜିକରଣ 

ବର୍ତ୍ତମାନ କାର୍ଯ୍ୟକ୍ଷମ ହେଲାଣି ସୁଦ୍ଧା ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ୍ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୨୧୨ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଛିା କୋଭିଡ୍-୧୯ ପଜିଟିଭଙ୍କ  ମଧ୍ୟରେ ଭୁବନେଶ୍ୱରରୁ ୩୪ ଜଣ, ଭଦ୍ରକରୁ ୩ ଜଣ ଓ କଟକ, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତା ଆଜି ୮୬ ଜଣ କରୋନା ସନ୍ଦିଗ୍ଧ  ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ  ଅଛନ୍ତିା ତବଲିଗି ଜମାତରୁ  ଓଡ଼ିଶା ଫେରିଥିବା  ୨୮ ଜଣ ସ୍ୱଇଚ୍ଛାରେ ନିଜର ତଥ୍ୟ ପ୍ରକାଶ କରିବା ପାଇଁ ଆଗେଇ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ବର୍ତ୍ତମାନ ଆଉ ୪୨ ଜଣ ତଥ୍ୟ ପ୍ରକାଶ ପାଇଁ ଆଗେଇ ଆସିଛନ୍ତିା ଏ ସଂକ୍ରାନ୍ତରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ଵାଗଚୀ, ସୂଚନା ଓ ଲୋକସଂପର୍କ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ପୂର୍ତ୍ତ ବିଭାଗ ଶାସନ ସଚିବ ଡ. କି୍ରଷନ୍ କୁମାର  ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିା 

ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ଵାଗଚୀଙ୍କ କହିବା ଅନୁଯାୟୀ , ରାଜ୍ୟରେ ୫୬୯୭ ଶଯ୍ୟା ବିଶିଷ୍ଟ ୩୪ଟି ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ୍/ଆଇସୋଲେସନ୍ ସେଣ୍ଟର (ପୃଥକବାସ କେନ୍ଦ୍ର) ନିର୍ମାଣର ପରିକଳ୍ପନା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛିା  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଘରୁ ବାହାରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମୁହଁ ଏବଂ ନାକ ଆବୃତ୍ତ କରୁଥିବା  ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟୋ ମାସ୍କ ପରିବର୍ତ୍ତେ ଦୁଇ ପରସ୍ତ ରୁମାଲ୍, ଗାମୁଛା ଏବଂ ଓଢ଼ଣୀକୁ ମଧ୍ୟ ମାସ୍କ ଭାବରେ ବ୍ୟବହାର କରାଯାଇପାରିବା ସରକାରଙ୍କ ଏହି ଆଦେଶନାମା ଆସନ୍ତା ୯ ଅପ୍ରେଲ ୨୦୨୦ ସକାଳ ୭ଟାରୁ ଲାଗୁହେବା  କୋଭିଡ୍-୧୯ ସଂକ୍ରମଣ ପ୍ରବଣ ଓ ପ୍ରତିରୋଧ ଜୋନ ଗୁଡ଼ିକର ଉପଯୁକ୍ତ ପରିଚାଳନା ଓ ତତ୍ତ୍ୱାବଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ସଶକ୍ତ କରିବା ନିମନ୍ତେ ୬ ଜଣ ବରିଷ୍ଠ ଅଧି କାରୀଙ୍କୁ ନିଗମରେ ନିଯୁକ୍ତି ଦିଆଯାଇଛିା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ କୋଭିଡ୍-୧୯ ସଂକ୍ରମଣ ପ୍ରବଣ ଅଞ୍ଚଳ ଓ ପ୍ରତିରୋଧ ଜୋନ୍ଗୁଡ଼ିକରେ ନାଗରିକ ସୁରକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ପର୍ଯ୍ୟାପ୍ତ ବିଶୋଧନ କାର୍ଯ୍ୟର ପରିଚାଳନା ନିମନ୍ତେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛିା 

ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୫୬,୯୨୬ ଅତିଥି ଶ୍ରମଜୀବୀଙ୍କୁ ୧୮୮୨ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା 

ଆଜି ରାଜ୍ୟର ୫୨୬୮ ଗ୍ରାମ ପଞ୍ଚାୟତରେ ୩,୨୫,୬୮୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୦୮ଟି ପୌରାଞ୍ଚଳରେ ୨୭,୦୫୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୬ରୁ ଅପ୍ରେଲ ୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୫ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୨୮ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ପାଇଁ, ୫ଟି ଗୁଜବ ସୃଷ୍ଟି ପାଇଁ ଓ ୯ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତା ବିଭିନ୍ନ ଅଭିଯୋଗରେ ୩୬୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା 

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ନର୍ସ, ଆଶାକର୍ମୀ ଏବଂ ପ୍ରସୂତି ସହାୟିକାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତିା 

0
0
0
s2sdefault