ହେଡଲାଇନସ୍:

ସରକାରୀ ହସ୍ପିଟାଲରେ ପୁର୍ବ ଭଳି ସଂପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପାଇବାରେ କୌଣସି ଆଶଙ୍କା ରହିବା  ଉଚିତ ନୁହେଁ : ଶ୍ରୀ ଧଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ବ୍ୟବସ୍ଥା

ଭୁବନେଶ୍ୱର / ଶାସକ ପ୍ରଶାସକ :  ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲାବୋରେଟୋରୀ ଆସିଷ୍ଟାଣ୍ଟ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ତଥା ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛାଜଣାଇଛନ୍ତିା

କଟକର ଏସ୍ସିବି ମେଡିକାଲ୍ କଲେଜ୍ ଓ ସିଟି ହସ୍ପିଟାଲ୍, ରାଜ୍ୟର ସମସ୍ତ ମେଡିକାଲ୍ କଲେଜ ଏବଂ  ସମସ୍ତ ଜିଲ୍ଲା ହସ୍ପିଟାଲ୍ଗୁଡ଼ିକରେ କୌଣସି କୋଭିଡ୍-୧୯ ରୋଗୀ ନାହାନ୍ତି | କେବଳ କ୍ୟାପିଟାଲ୍ ହସ୍ପିଟାଲରୁ ଥିବା ଏକମାତ୍ର ରୋଗୀଙ୍କର ପ୍ରଥମ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଛି |  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯଦି ଦ୍ୱିତୀୟ ରିପୋର୍ଟ ନେଗେଟିଭ୍ ଆସେ ତାଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯିବା ବର୍ତ୍ତମାନ ତାଙ୍କୁ ପୃଥକବାସରେ ରଖାଯାଇଛିା ତେଣୁ ସମସ୍ତ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ପୂର୍ବ ଭଳି ସଂପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପାଇବାରେ ଜନସାଧାରଣ କୌଣସି ଆଶଙ୍କା କରିବା ଉଚିତ ନୁହେଁ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ପ୍ରକାଶ କରିଛନ୍ତିା

କୋଭିଡ୍ ରୋଗୀଙ୍କ ପାଇଁ ୭ଟି ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟ କରୁଛିା ଆଗାମୀ ଦିନରେ ଅନ୍ୟ ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ୍/ ଆଇସୋଲେସନ୍ ସେଣ୍ଟର ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛିା

କୋଭିଡ୍-୧୯ ଭୂତାଣୁ ଅତ୍ୟଧିକ ସଂକ୍ରାମକ ହୋଇଥିବାରୁ ଏହା ପାଇଁ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା କରାଯାଇଛିା ସାଧାରଣ ସର୍ଦ୍ଦି ଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଖାନା ଆସିବା ଜରୁରୀ ନୁହୋଁ ପ୍ରଥମେ ୧୦୪କୁ ଫୋନ କରି ହେଲପ୍ଲାଇନ୍ରେ ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛିା କୋଭିଡ୍-୧୯ ସନ୍ଦେହ ହେଲେ ପ୍ରଥମେ ଆଇସୋଲେସନ୍ ସେଣ୍ଟର (ପୃଥକବାସ କେନ୍ଦ୍ର)ରେ ରଖାଯିବ ଓ ଆବଶ୍ୟକ ହେଲେ ନମୁନା ପରୀକ୍ଷଣ କରାଯିବା କୋଭିଡ୍୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍କୁ ରୋଗୀଙ୍କୁ ପଠାଯିବା 

 ରାଜ୍ୟରେ ଥିବା ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକ ମଧ୍ୟ କଡ଼ାକଡ଼ି ଭାବରେ କୋଭିଡ୍-୧୯ ସନ୍ଦିଗ୍ଧ ଲୋକମାନଙ୍କ ପାଇଁ ପୃଥକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ସେମାନେ ତୁରନ୍ତ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛିା  କୋଭିଡ୍-୧୯ ସଂକ୍ରମିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତିା ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଇଛି ଓ ସେମାନେ ଅନ୍ୟ ରୋଗୀମାନଙ୍କୁ ଚିକିତ୍ସା କରୁନାହାଁନ୍ତି ବୋଲି ଡିଏମ୍ଇଟିର ନିର୍ଦ୍ଦେଶକ ପ୍ରଫେସର ଡ. ସି.ବି.କେ. ମହାନ୍ତି ପ୍ରକାଶ କରିଛନ୍ତିା 

0
0
0
s2sdefault