ହେଡଲାଇନସ୍:

ବଢିପାରେ ଲକ ଡାଉନ ! କିଛି ରାଜ୍ୟ ଦେଖାଉଛନ୍ତି ସହମତି, କେନ୍ଦ୍ର କରିପାରେ ବିଚାର |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) ସମ୍ପ୍ରତି କରୋନାର ଭୟାବହତା ଦେଖି କେନ୍ଦ୍ର ସରକାର ବଢାଇପାରନ୍ତି ଲକ ଡାଉନ ଅବଧି ! କରୋନାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିବା ବେଲେ ଅନେକ ସ୍ଥାନରେ  କରୋନା ସ୍ଥିତି ଉଦବେଗଜଣକ ରହିଛି |  ବିଶେଷଜ୍ଞମାନେ ଲକ ଡାଉନ ଅବଧି ବୃଦ୍ଧି  ପାଇଁ ମତ ଦେଉଥିବା ବେଳେ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ  କିଛି ରାଜ୍ୟ ଦେଖାଉଛନ୍ତି ସହମତି | ଏହାରି ପରେ କେନ୍ଦ୍ର ସରକାର କରିପାରେ ବିଚାର | ମନ୍ତ୍ରୀ ଗୋଷ୍ଠୀର ବୈଠକ ସାରିଥିବା ବେଳେ ମନ୍ତ୍ରୀଗୋଷ୍ଠୀର ଜଣେ ସଦସ୍ୟ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଓ ବର୍ତ୍ତମାନଠାରୁ ନିଷ୍ପତ୍ତି ନେବା ଜଲଦବାଜି ହେବ ବୋଲି କହିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ଲକ ଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଗଂଭୀରତାର ସହ ବିଚାର କରୁଛନ୍ତି | ସମ୍ପ୍ରତି ଦେଶରେ ୨୭୦ ଜିଲ୍ଲା  କରୋନା ଆକ୍ରାନ୍ତ ହୋଇଥିବା ବେଲେ ଅନେକ ସ୍ଥାନରେ କରୋନା ସ୍ଥିତି ବି ଚିନ୍ତାଜନକ | କେନ୍ଦ୍ର  ସରକାର ଲକ ଡାଉନକୁ ବଢ଼ାଇବା ପାଇଁ ଚିନ୍ତା କରୁଥିବା ବେଳେ କିଛି ଆଂଶିକ କୋହଳ ବ୍ୟବସ୍ଥା ଲାଗୁ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମ ପକ୍ଷରୁ ଜଣାପଡିଛି |  

0
0
0
s2sdefault