ହେଡଲାଇନସ୍:

ଛି ଛି ...ମା ସାଜିଲା ହତ୍ୟାକାରୀ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର(ନିରୋଜ ମିଶ୍ର) : ନିଜ ଜନ୍ମକଲା ଝିଅକୁ ମା ନିଜେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ। ଠିକାଦାର ପଡାର ପ୍ରସନ୍ନ ବାଗଙ୍କ  ତିନି ବର୍ଷର ଝିଅ ସୌମ୍ୟାର ମୃତ ଦେହ ଆଜି ସକାଲୁ ନିକଟସ୍ଥ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଗତ କାଲି ରାତିରୁ  ସୌମ୍ୟା ନିଖୋଜ  ଥିଲା । ଆଜି ସକାଲୁ ତାଲପାଲି ପଡା ପୋଖରୀକୁ ଗାଧୋଇ ଯାଇଥିବା ବେଲେ ଲୋକେ ଛୋଟ ଝିଆର ଶବ ଭାସୁଥିବା ଦେଖିବାକୁ ପାଇଥିଲେ ।

ମୃତ ଝିଅର ମୁହଁରେ ରକ୍ତ ବାହାରୁଥିଲା । ପ୍ରସନ୍ନ ନିଜେ ଝିଅର ଶବକୁ ଧରି ଥାନାକୁ ପହଚିଂଥିଲା । ଏହା ସହିତ ନିଜର ସ୍ତ୍ରୀ ସତ୍ୟା ବାଗ ହିଁ ସୌମ୍ୟାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପ୍ରସନ୍ନ । ଗତ ୨୧ ତାରିଖରୁ ପ୍ରସନ୍ନକଂ ସ୍ତ୍ରୀ ସତ୍ୟା ପରକୀୟା ପ୍ରିତୀ କରି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଘରୁ ଫେରାର ମାରିଥିଲେ । ଘରେ ଛାଡି ଯାଇଥିଲେ ଦୁଇଟି ଝିଅଙ୍କୁ । 

ଗତକାଲି ସଂନ୍ଧ୍ୟାରେ ସତ୍ୟା ଘରକୁ ଆସି ନିଜର ସାନ ଝିଅ  ସୌମ୍ୟାକୁ ସାଂଗରେ ନେଇଯାଇଥିଲା । ତେଣୁ ସେ ଏବଂ ତାର ପ୍ରେମିକ ସୌମ୍ୟାକୁ ହତ୍ୟା କରିଛନ୍ତି ବୋଲି ପ୍ରସନ୍ନ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ପ୍ରସନ୍ନର ସ୍ତ୍ରୀ ସତ୍ୟାକୁ ଟାଉନ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଜାରୀ ରଖିଛି। ଏହି ଘଟଣା ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

 

0
0
0
s2sdefault