ହେଡଲାଇନସ୍:

ଅନାବଶ୍ୟକ ଘରୁ ନ ବାହାରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲାପାଳଙ୍କ ନିବେଦନ( ଦେଖନ୍ତୁ ଭିଡିଓ) 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି -ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭୁତାଣୁର ସଂକ୍ରମଣତାର କଡା଼ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଲାକ୍ ଡାଉନ୍ ଘୋଷଣା କରାଯାଇଛି । ଏଥିରେ ମୁଖ୍ୟତଃ ଭାବେ ଘରୁ ନ ବାହାରିବା ଓ ସାମାଜିକ ଦୂରତା ରକ୍ଷା କରିବା ପ୍ରତି ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

 ଲକ୍ ଡାଉନ୍ ସମୟରେ ସାମାଜିକ ଦୁରତାକୁ ପ୍ରାଧାନ୍ୟ ଦେଇ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁକୁ ଖୋଲିବା ପାଇଁ ଅନୁମତି ଦିଆ ହୋଇଥିଲା । ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗ୍ରାହକଙ୍କ ସୁବିଧା ପାଇଁ ବକ୍ସ ମଧ୍ୟ କରା ହୋଇଥିଲା , ହେଲେ ଏହାକୁ ଦୋକାନୀ କି ଗ୍ରାହକ ମାନୁ ନାହାନ୍ତି ।  ଯେଉଁ ଦୋକାନୀ କି କିଣିବା ଗ୍ରାହକ ସାମାଜିକ ଦୁରତାକୁ ମାନିବେନି , ସେମାନଙ୍କ ପ୍ରତି କୋଭିଡ୍ ଆଇନ ପ୍ରକାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସମ୍ପୃକ୍ତ ଦୋକାନକୁ ପ୍ରଶାସନ ପକ୍ଷରୁ  ବନ୍ଦ କରିଦିଆ ଯିବ ବୋଲି  କହିଥିଲେ ଜିଲ୍ଲାପାଳ। ଦେଖନ୍ତୁ ଆଉ କଣ କହିଛନ୍ତି ଲୋକଙ୍କୁ ଅନୁପାଳନ କରିବା ପାଇଁ .....

 

0
0
0
s2sdefault