ହେଡଲାଇନସ୍:

ଧର୍ମେନ୍ଦ୍ର କଲେ ପ୍ରଶଂସା , ନବୀନ ଦେଲେ ଧନ୍ୟବାଦ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

Bhubaneswar(shasak prashasak): କରୋନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଥିବା ବେଳେ ଏହାର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ଆଜି କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟୁଇଟର ହାଣ୍ଡଲରେ ଉଲ୍ଲେଖ କରିଛନ୍ତି "500 ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ମାଗଣାରେ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରିବା ସହ ମାଗଣାରେ ରହିବା ଓ ଖାଇବା ମଧ୍ୟ ଯୋଗାଇବ । କରୋନା ବିରୋଧୀ ଲଢ଼େଇରେ ଓଡ଼ିଶା ପ୍ରଶାସନର ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ।" 

ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଧର୍ମେନ୍ଦ୍ରଙ୍କ ଟୁଇଟର ଉତ୍ତର ଦେଇ " କରୋନା ସଂକ୍ରମିତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ଏହି ପ୍ରୟାସରେ ସହଯୋଗର ହାତ ବଢାଇବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ @dpradhanbjp ଙ୍କୁ ଧନ୍ୟବାଦ।" ବୋଲି ଉଲ୍ଲେଖ କରିଛନ୍ତି | 

 

0
0
0
s2sdefault