ହେଡଲାଇନସ୍:

କରୋନା ଟେଷ୍ଟ ସୁବିଧାକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏମକେସିଜି ଓ ଭିମସାରରେ ଖୁବ ଶୀଘ୍ର କରୋନା ଟେଷ୍ଟ ଆରମ୍ଭ କରିବାକୁ ନିର୍ଦ୍ଦେଶ 

କରୋନା ମାମଲା ଗୁଡିକର ସମ୍ପ୍ରଦାୟୀକରଣ ପ୍ରତି ଜ଼ିରୋ ଟଲରେନ୍ସ

ଆସନ୍ତା ୧୦ ତାରିଖ ସୁଦ୍ଧା ଅତିକମରେ ଦୈନିକ ୧୦୦୦ ଟେଷ୍ଟ କରିବା ଟାର୍ଗେଟ 

୧୫ ତାରିଖ ସୁଦ୍ଧା ରାଜ୍ୟରେ କୋବିଦ ୧୯ ହସପିଟାଲରେ ଶଯ୍ୟା କ୍ଷମତା ୩୦୦୦କୁ ବୃଦ୍ଧି  କରାଯିବ 

ଭୁବନେଶ୍ୱର(ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ଟେଷ୍ଟ ସୁବିଧାକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେବା ସହ କରୋନା ମାମଲା ଗୁଡିକର ସମ୍ପ୍ରଦାୟୀକରଣ ପ୍ରତି ଶୂନ୍ୟ ସହନଶୀଳତା (ଜ଼ିରୋ ଟଲରେନ୍ସ) ପୋଷଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ଆଜି  ମୁକଜ୍ୟ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ କରୋନା ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ନେବା ଅବସରରେ ଏହି ନିର୍ଦ୍ଦେଶ ଦେଇଛନ୍ତି | 

ଟିମ ଓଡିଶା କୋଭିଡ୧୯ ପକ୍ଷରୁ ନିଆଯାଇଥିବା ପଦକ୍ଷେପରେ ପ୍ରସନ୍ନତା ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ପରୀକ୍ଷା ସୁବିଧାକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ବର୍ତ୍ତମାନ ଭୁବନେଶ୍ୱରରେ ଏମ୍ସ, ଆରଏମଆରସିରେ ଓ କଟକରେ ଏସସିବି ମେଡିକାଲ କଲେଜରେ ହେଉଥିବା ବେଳେ ଏହାକୁ ଏମକେସିଜି ବ୍ରହ୍ମପୁର ଓ ଭିମସାର ବୁର୍ଲାରେ ଆରମ୍ଭ  କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ଆସନ୍ତା ୧୦ ତାରିଖ ସୁଦ୍ଧା ଯେମିତି ୧୦୦୦ ସାମ୍ପଲା ପରୀକ୍ଷା ହୋଇପାରିବ ସେଠି ପାଇଁ ଭିତ୍ତିଭୂମି ବିକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି | 

ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମାମଲା ଗୁଡିକର ସମ୍ପ୍ରଦାୟୀକରଣ ପ୍ରତି ଶୂନ୍ୟ ସହନଶୀଳତା (ଜ଼ିରୋ ଟଲରେନ୍ସ) ପୋଷଣ କରି ସୋସିଆଲ ହାର୍ମୋନିକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡା ତାଗିଦ କରିଛନ୍ତି | ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଯେପରି ଅବାଧ ହୋଇପାରିବ ତାହା ସେଥିପ୍ରତି ଦୃଷ୍ଟି ଦେବା ସହ ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ | ମେଡିକାଲ ଟିମଗୁଡିକର ନିରାପତ୍ତା ପ୍ରତି ଧ୍ୟାନ ଦେବା ସହ ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟରେ କୋବିଦ ୧୯ ହସପିଟାଲରେ ଶଯ୍ୟା କ୍ଷମତା ୩୦୦୦କୁ ବୃଦ୍ଧି  କରିବାକୁ ଟାର୍ଗେଟ ଦେଇଛନ୍ତି |

0
0
0
s2sdefault