ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ମାସକର ଦରମା ପ୍ରଦାନ କଲେ ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କରୋନା ଓ ମଣିଷ ଲଢେଇରେ ଆର୍ଥିକ ସହାୟତା ପାଇଁ ବିଭିନ୍ନ ରାଜନୈତିକ ବ୍ୟକ୍ତି ତଥା ବିଭିନ୍ନ ଅନୁଷ୍ଠାନ ଓ ପ୍ରଶାସନିକ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ  ସହାୟତା ରାଶି ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ନିଜର ତିନି ମାସର ଦରମା ପ୍ରଦାନ କରିଛନ୍ତି । ପ୍ରଶାସନିକ ଅଧିକାରୀ ତଥା ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ତାଙ୍କ ଗୋଟିଏ ମାସର ଦରମା ଅର୍ଥାତ ୫୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି । ଅତିରିକ୍ତ ତହସିଲଦାର ନିଜ ଜନ୍ମଭୂମି ଟିଟିଲାଗଡ଼ ଠାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୂଧାକର ନାୟକଙ୍କ  ଜରିଆରେ ଏହି ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ତାଙ୍କୁ ସହିତ ତାଙ୍କ ପିତା ସତ୍ୟନାରାୟଣ ଗୁପ୍ତା ଓ ଭାଇ ମନିଷ ଗୁପ୍ତା ଉପସ୍ଥିତ ଥିଲେ।

0
0
0
s2sdefault