ହେଡଲାଇନସ୍:

ତାଲା ବନ୍ଦ ବେଳେ ପୁଅର ଔଷଧ ପାଇଁ ୩୦୦ କିମି ସାଇକେଲରେ ଗଲେ ବାପା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) : ପୁଅର ଜୀବନ ଆଉ ପୁଅ ପ୍ରତି ଥିବା ଅନାବିଳ ସ୍ନେହ ଆଗରେ ଫିକା ପଡ଼ିଯାଏ ବୟସ, ଦୂରତ୍ୱ, ସରକାରୀ ଆକଟ ଓ ପୋଲିସର ଛାଟ | ଏହାର ନଜିର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ | କରୋନା ପାଇଁ ସାରା ଭାରତ ତାଳାବନ୍ଦ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି । ହେଲେ କିଛି ଅତ୍ୟାବଶ୍ୟକ ଜିନିଷ ସବୁ ଜାଗାରେ ଉପଲବ୍ଧ ହେଉଥିବା କାରଣରୁ ତାଲାବନ୍ଦ ସମୟରେ ଯାନବାହନ ନ ପାଇ ଔଷଧ ପାଇଁ ୩୦୦ କିମି ରାସ୍ତା ସାଇକେଲରେ ଯାଇଥିଲେ ନିଜ ପୁଅର ଔଷଧ ଆଣିବାକୁ ।

ଘଟଣାଟି ଏମିତି .....ପଦ୍ମପୁର ଉପଖଣ୍ଡ ଲଖମରା ପଂଚାୟତ ବମ୍ବରିତ ଗାଁର ବାରୁ ବରିହା ଜଣେ ଦିନ ମଜୁରିଆ । ସେ ମୂଲ ଲାଗିଲେ ଯାଏଁ ତାଙ୍କର ପରିବାର ଚଲିଥାଏ । ଦୁଃଖର ବିଷୟ ତାଙ୍କର ଏକ ମାତ୍ର ପୁଅ ଲକ୍ଷ୍ମୀକାନ୍ତ ବରିହା ମାନସିକ ରୋଗୀ । ସେ ଔଷଧ ସେବନ କରୁଥିଲେ ତାର ମାନସିକ ଅବସ୍ଥା ଠିକ ରହିଥାଏ । କରୋନା ପାଇଁ କେନ୍ଦ୍ର ସରକାର ସାରା ଭାରତକୁ ୨୧ଦିନ ପାଇଁ ତାଳାବନ୍ଦ ଘୋଷଣା କରିଛନ୍ତି । ହେଲେ ତାଳାବନ୍ଦ ଘୋଷଣା କଳା ପରେ ତାର ଔଷଧ ସମାପ୍ତ ହୋଇଥିଲା । ଔଷଧ ନ ଖାଇବା ଦ୍ୱାରା ଲକ୍ଷ୍ମୀକାନ୍ତର ମାନସିକ ରୋଗ ପୁଣି ଆରମ୍ଭ ହୋଇଥିଲା । ଯାହାକି ବାରୁ ବରିହାଙ୍କ ଚିନ୍ତାର ବିଷୟ ପାଲଟିଲା । ସେ ତାଙ୍କ ନିକଟସ୍ଥ ସହର ପଦ୍ମପୁରରେ ଔଷଧ ପାଇଁ ଚେଷ୍ଟା କରିଥିଲେ ହେଲେ କୌଣସି ଦୋକାନରେ ଔଷଧ ମିଲି ନଥିଲା ତେଣୁ ସେ ଯେଉଁ ଡାକ୍ତରଙ୍କ ପାଖରେ ତାଙ୍କ ପୁଅର ଚିକିତ୍ସା କରାଉଥିଲେ ତାଙ୍କ ପାଖକୁ ଯିବାକୁ ସେ ମନସ୍ଥ କଲେ ଏବଂ ହେଲେ ତାଲାବନ୍ଦ ଯୋଗୁଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି । ତେଣୁ ସେ ବୁଧବାର ଦିନ ସକାଳ ସମୟରେ ସାଇକେଲରେ ବମ୍ବରିତରୁ ସମ୍ବଲପୁର ଅଭିମୁଖେ ବାହାରିଥିଲେ । ତାଙ୍କ ପାଖରେ ଔଷଧ କିଣିବା ବ୍ୟତୀତ ଆଉ ଅଧିକ ଟଙ୍କା ନଥିବା କାରଣରୁ ସେ ନିଜ ଘରୁ ପଖାଳ ଭାତ ଓ ରୁଟି ନେଇକି ଯାଇଥିଲେ । ରାସ୍ତାର ବିଭିନ୍ନ ଯାଗାରେ ଅଟକି ଖାଦ୍ୟ ଖାଇ ବିଶ୍ରାମ ନେଇ ଔଷଧ କିଣି ସମ୍ବଲପୁରରୁ ଫେରି ଆସିଥିଲେ । ପୁଅର ସ୍ନେହ ଆଗରେ ପୋଲିସର ମାଡ କିମ୍ବା ଦୀର୍ଘ ୩୦୦ କିମି ରାସ୍ତା ସାଇକେଲରରେ ଯିବା ତାଙ୍କୁ ବିଚଲିତ କରି ନଥିଲା ବୋଲି ସେ ପ୍ରକାଶ କରିଛନ୍ତି । ସମଗ୍ର ଭାରତର ଜନସାଧାରଣ କରୋନା କୁ ନେଇ ସଚେତନ ରହିଛନ୍ତି । ସେହି କ୍ରମରେ ବମ୍ବରିତ ଗାଁ ଅଧିବାସୀ ମାନେ ସଚେତନ ରହିଛନ୍ତ । ଏହି ଗାଁ କୁ ଅନ୍ୟ ଗ୍ରାମର ଲୋକକୁ ପଶିବା ନିଷେଧ ରହିଛି ତା ସହିତ ଗାଁ ର କୌଣସି ବ୍ୟକ୍ତି ଜରୁରୀ କାମରେ ବାରକୁ ଗଲେ ଗାଁ କୁ ପଶିବା ସମୟରେ ହାତଧୋଇ ପଶିବାର ନିୟମ ରହିଛି । ବାରୁ ବରିହା ସମ୍ବଲପୁର ରୁ ଆସିବା ପରେ ସରକାରଙ୍କ ତାଳାବନ୍ଦ ଆନ୍ଦୋଳନକୁ ମାନିଥିଲେ ଏବଂ ତାଙ୍କ ଗାଁ ବମ୍ବରିତ ର ଗାଁ ମୁଣ୍ଡରେ ସାବୁନରେ ହତ ଧୋଇ ଗାଁ କୁ ପ୍ରବେଶ କରିଥିଲେ । ବାରୁ ବରିହାଙ୍କ ଏପରି ଉଦ୍ୟମ ତାଙ୍କ ନିଜ ଗାଁ ତଥା ଆଖପାଖ ଗାଁ ରେ ଏବେ ଚର୍ଚାର ବିଷୟ ପାଲଟିଛି । ପୁତ୍ର ସ୍ନେହରେ ପିତା କିଛି ମଧ୍ୟ କରିପାରେ ତାହାର ଜ୍ୱଲନ୍ତ ଉଦାହରଣ ପାଲଟିଛନ୍ତି ବାରୁ ବରିହା । ଯାହାକି ନିଜ ଗାଁ ତଥା ଆଖପାଖ ଗାଁର ଲୋକ ତାଙ୍କ ଟାରୁ ପ୍ରେରଣା ପାଇବେ ବୋଲି ଚର୍ଚା ହେଉଛି ।

0
0
0
s2sdefault