ହେଡଲାଇନସ୍:

ମହିିଳାଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ କରି ଯୁବକ ଅଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ମହିଳାଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକକୁ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ କରୁଛି । ଅଭିଯୁକ୍ତ ଜଣକ ହେଲେ ଏହି ଥାନାର ମସାବାରୀ ଗ୍ରାମର । ସେ ଜଣେ ଅବିବାହିତ ଯୁବକ ବୋଲି ଜଣାପଡିଛି । ଫଟୋ ଭାଇରାଲ ନେଇ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ୭୮/୨୦ରେ ପୋଲିସ ଏକ ମାମଲା ରୁଜୁ କରିଛି । ମାମଲାଟିି ସାଇବର କ୍ରାଇମ ହୋଇଥିବାରୁ ଏସଡିିପିଓଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ଥାନା ଆଇଆଇସି କିରଣ ହେମ୍ବ୍ରମ ମାମଲାର ତଦନ୍ତ କରୁଥିବା ଜଣାଯାଇଛି ।  

0
0
0
s2sdefault