ହେଡଲାଇନସ୍:

କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ :ଆଜି ସୁଦ୍ଧା ୨୦୪୮୩୫ ଜଣ ଉପକୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ):  କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଗତ ୨୭ ତାରିଖରୁ ପୌରାଚଂଳମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଜି ସୁଦ୍ଧା ରାଜ୍ୟର ୧୧୪ ଗୋଟି ପୌରାଚଂଳର ୨୦୩୫ ଟି ୱାର୍ଡ ମଧ୍ୟରୁ ୧୪୪୫ ଟି ୱାର୍ଡରେ ମାଗଣାରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇ ୨୦୪୮୩୫ ଜଣ ଉପକୃତ ହୋଇଥିବା ପ୍ରକାଶ । କରୋନା ନେଇ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶୀକା ଅନୁଯାୟି ସମସ୍ତ ସତର୍କତା ପାଳନ କରାଯାଇ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି ।

ସେହିପରି ପୌରାଚଂଳରେ ପଞ୍ଜିକୃତ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ୩ ହଜାର କରି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଗତ ୩୧ ତାରିଖରୁ ଏହି ଆର୍ଥିକ ସହାୟତା ପ୍ରଦାନ ଆରମ୍ଭ ହୋଇଛି ।

ମୋଟ ୬୫ ହଜାର ପଞ୍ଜିକୃତ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଏହି ସହାୟତା ପ୍ରଦାନ ଲକ୍ଷ୍ୟ ରଖା ଯାଇ ଆଜି ସୁଦ୍ଧା ୬୧ ଗୋଟି ସହରାଚଂଳର ୧୯୭୫୯ ଜଣଙ୍କୁ ୫କୋଟି୯୨ଲକ୍ଷ ୭୭ ହଜାର ଟଙ୍କା ପ୍ରଦାନ କରାଯାଇଛି । ଯଥାଶୀଘ୍ର ଏହାକୁ ସମ୍ପୂର୍ଣ୍ଣ କରିବାକୁ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଥି ପ୍ରକାଶ ।

0
0
0
s2sdefault