ହେଡଲାଇନସ୍:

ମାରୱାଡି ଯୁବମଞ୍ଚ ସହଯୋଗରେ ସୋସିଆଲ ୱେଲଫେୟର୍ ଅର୍ଗାଅନାଇଜେସନ ପକ୍ଷରୁ ସହାୟତା ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି ଧର୍ମଗଡ଼ ଶୁସାନ୍ତ ରାଉତ  : ଏବେ ଚାରିଆଡେ କରୋନା ଆତଙ୍କରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଅନେକ ସଂଖ୍ୟାରେ ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି |  ଆଉ ଏହି ତିରୋଟ ସମୟରେ ଅସହଆଲୋକଙ୍କୁ ସହାୟତାର ହାତ ବଢ଼ାଇଛି  ସୋସିଆଲ ୱେଲଫେୟର୍ ଅର୍ଗାନେଯେସନ୍ ଧର୍ମଗଡ଼ | ଆଜି ଧର୍ମଗଡ଼ ମାରୱାଡି ଯୁବମଞ୍ଚ ସହଯୋଗରେ ଚାଉଳ, ଡାଲି, ଆଳୁ, ବିସ୍କୁଟ, ଳୁଣ  ରାସନ ସାମଗ୍ରୀ  ଯୋଗାଇ ଦେଇଥିଲେ | ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତର ଥନଟ ଗ୍ରାମରେ ସୋସିଆଲ ୱେଲଫେୟର୍ ଅର୍ଗାନେଯେସନ୍ ଧର୍ମଗଡ଼ କଳାହାଣ୍ଡି ସଦସ୍ୟ ମାନଙ୍କ ମାଧ୍ୟମରେ ଥନଟ ଗ୍ରାମ ର ୩୦ରୁ ଅଧିକ ଅତି ନିରୀହ, ଅସହାୟ ଓ ବିଧବା ମହିଳା ମାନଙ୍କୁ ଏହି ସହାୟତା ଦେଇଥିବା ବେଲେ  ନିରୀହ, ଅସହାୟ ମହିଳାମାନଙ୍କୁ ସାହାଯ୍ୟ କରି ମହାନ ପୁଣ୍ୟର ଭାଗିଦାରୀ ହୋଇ ଭୋକ ଉପାସରେ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କର ମୁହଁରେ ହସ ଫୁଟାଇପାରିଥିବା ଯୋଗୁ  ସୋସିଆଲ ୱେଲଫେୟର୍ ଅର୍ଗାନେଯେସନ୍ ଧର୍ମଗଡ଼ କଳାହାଣ୍ଡି ସଂଗଠନ ଓ  ମାରୱାଡି ଯୁବମଞ୍ଚ ଧର୍ମଗଡ଼ର ଏହି କାର୍ଯ୍ୟକୁ ଭୁୟସୀ  ପ୍ରଶଂସା କରିଛନ୍ତି | 

 

0
0
0
s2sdefault