ହେଡଲାଇନସ୍:

ନିଷ୍ପାପ ପ୍ରାଣୀଙ୍କ ମୁହଁରେ ଆହାର ଦେବାକୁ ଆଗେଇ ଆସିଲା ବିଜୁ ଯୁବ ବାହିନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍  ଥିବା ବେଳେ ସହରରେ ଦୋକାନ ବଜାର, ସହ ସମସ୍ତ ହୋଟେଲ ବନ୍ଦ ରହିଛି  l ଏହା ଫଳରେ ବୁଲା ଗାଈ ଗୋରୁ ଓ କୁକୁର ମାନେ ଆହାର ନ ପାଇ କଲବଳ ହେଉଛନ୍ତି l ଏଭଳି ସମୟରେ ଲକ୍ ଡାଉନ ଆରମ୍ଭ ଦିନଠାରୁ  ସମ୍ବଲପୁର ବିଜୁ ଯୁବ ବାହିନୀ ର କର୍ମକର୍ତ୍ତା ବୁଲି ବୁଲି ଏହି ବୁଲା ପ୍ରାଣୀ ମାନଙ୍କ ପାଇଁ ଖାଦ୍ୟ, ପାନୀୟ ଯୋଗାଉଛନ୍ତି l 

           ଆଜି ବିଜୁ ଯୁବ ବାହିନୀର ନିଶିକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ରାଜକୁମାର କିସାନ, ସୌମ୍ୟ ରଞ୍ଜନ ମୁଣ୍ଡା, ରଞ୍ଜନ ଦାଶ ପ୍ରମୁଖ ଅଇଁଠାପାଲି ଛକରେ ଏହି ବୁଲା ଗାଈ ଗୋରୁ ଙ୍କ ପାଇଁ ଘାସ, ଦାନା ଓ  ତୋରାଣି ଏବଂ  କୁକୁର ମାନଙ୍କ ପାଇଁ ଭାତ ମାଂସ  ଖାଇବାକୁ ଦେଇଥିଲେ l ବିଜୁ ଯୁବ ବାହିନୀର ଏହି ସେଵା କାମକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି l

0
0
0
s2sdefault