ହେଡଲାଇନସ୍:

ଚିନ୍ତା ବଢ଼ାଇଛନ୍ତି ନିଜାମୁଦ୍ଦିନ ଫେରନ୍ତା, ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସମସ୍ତେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଜାମୁଦ୍ଦିନ ଫେରନ୍ତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କଲେ ନିବେଦନ 

ଭୁବନେଶ୍ୱର (ଶାସକ ପ୍ରଶାସକ)   କରୋନା ଏବେ ଓଡ଼ିଶାରେ ବିପଜ୍ଜନକ ରୂପ ନେଉଥିବା ବେଳେ ଲୋକଙ୍କ ଭିତରେ ଏକ ଆତଙ୍କ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି |  ଆଉ ସବୁଠୁ ଆତଙ୍କର କାରଣ ପାଲଟିଛନ୍ତି  ଦିଲ୍ଲୀ ନିଜାମୁଦ୍ଦିନ୍ ଫେରନ୍ତା ଲୋକମାନେ । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ସେମନନଙ୍କ ପରିଚୟ ଜାଣିବା ଜରୁରୀ ହୋଇଥିବା ବେଳେ ସେମାନଙ୍କ ସଂଖ୍ୟା ଓ ଠିକଣା ଜଣାପଡୁନାହିଁ । ଓଡ଼ିଶାର ୧୪ଟି ଜିଲ୍ଲାରୁ ଲୋକେ ସେହି ଧାର୍ମିକ ସଭାରେ ଯୋଗ ଦେଇଥିବାଲୋକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ ଜାରି କରିଛନ୍ତି | 

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: 

“ଆପଣମାନେ ଟୋଲ୍ ଫ୍ରି ନଂ ୧୦୪ କୁ ତୁରନ୍ତ ଯୋଗାଯୋଗ କରନ୍ତୁ । ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ । ଡରନ୍ତୁ ନାହିଁ । ମୁଁ ଓ ମୋ ସରକାର ଆପଣଙ୍କ ସାଥୀରେ ଅଛି । ମା ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ ।”

“କରୋନା ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ । ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ମୁଁ ପୁଣିଥିରେ ଦିଲ୍ଲୀ ମୁଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ୨୪ ଘଣ୍ଟାରେ ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ । ବିଳମ୍ବ କରନ୍ତୁ ନାହିଁ ।

   

0
0
0
s2sdefault