ହେଡଲାଇନସ୍:

କାଲିଠୁ ଆପଣଙ୍କ ଖାତାରେ ଏତେ ଟଙ୍କା ଟ୍ରାନ୍ସଫର କରିବେ ସରକାର, ଜାଣନ୍ତୁ କେଉଁ ଗ୍ରାହକ କେଉଁ ଦିନ ଉଠାଇ ପାରିବେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ମହିଳା ଜନ ଧନ ଯୋଜନା ଆଧାରରେ ଲାଭାର୍ଥୀଙ୍କୁ କାଲିଠୁ ବ୍ୟାଙ୍କ ଖାତାରେ ୫୦୦ ଟଙ୍କାର ପ୍ରଥମ କିସ୍ତି ମିଳିବା ଆରମ୍ଭ ହୋଇଯିବ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା ପରେ ଗରିବ ବର୍ଗଙ୍କୁ ଆଶ୍ଵସ୍ତି ଦେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଧାରରେ ପ୍ରତି ମାସ ୫୦୦ ଟଙ୍କା ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(DBT) ଜରିଆରେ ଦେବାକୁ ଘୋଷଣା କରିଥିଲେ। ଏହି ଅର୍ଥ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଲାଭାର୍ଥୀଙ୍କୁ ଦିଆଯିବ।ଏବେ କରୋନା ଭାଇରସ୍‌ ସଂକ୍ରମଣକୁ ଦେଖି ସତର୍କତାମୂଳକ ପଦକ୍ଷେପ ସ୍ଵରୂପ ବ୍ୟାଙ୍କ ସାମାଜିକ ଦୂରତ୍ଵ ଉପରେ ଫୋକସ୍ କରିଛନ୍ତି।  ବ୍ୟାଙ୍କ ଖାତାଧାରୀଙ୍କୁ ସେମାନଙ୍କର ଆକାଉଣ୍ଟ ନମ୍ବର ଆଧାରରେ ଏକ ଟାଇମ୍ ଟେବଲ ଜାରି କରିଛନ୍ତି। ଏହି ଆଧାରରେ ଲାଭାର୍ଥୀ  ନିଜର ଆକାଉଣ୍ଟରୁ ଏହି ଅର୍ଥ କାଢି ପାରିବେ। ବ୍ୟାଙ୍କ ଏହି ଟାଇମ୍ ଟେବଲକୁ ନେଇ କହିଛି ଯେ, ଏହା କେବଳ ଏହି ମାସ ପାଇଁ ଲାଗୁ ହେବ।ଜନଧନ ଲାଭାର୍ଥୀ ମହିଳାଙ୍କୁ ସେମାନଙ୍କର ଆକାଉଣ୍ଟ ନମ୍ବର ଆଧାରରେ ଅର୍ଥ କାଢିବାକୁ ଅନୁମତି ଦେଇଛି। ବ୍ୟାଙ୍କ ଦ୍ଵାରା ଦିଆଯାଇଥିବା ସୂଚନା ଅନୁଯାୟୀ ଯେଉଁ ଖାତାଧାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୦ କିମ୍ବା ୧ ରହିଛି ସେମାନେ ଏପ୍ରିଲ ୩ରେ ନିଜ ଖାତାରୁ ଏହି ଅର୍ଥ କାଢି ପାରିବେ। ଏହା ବ୍ୟତୀତ ଅନ୍ୟ କୌଣସି ନମ୍ବରର ଖାତାଧାରୀଙ୍କୁ ଏହି ଦିନ ଟଙ୍କା ଉଠାଇବାର ଅନୁମତି ଦିଆଯିବ ନାହିଁ।ଏହି ପରି ଯେଉଁ ଖାତାଧାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୨ କିମ୍ବା ୩ରେ ଶେଷ ହେଉଛି ସେମାନେ ଏପ୍ରିଲ ୪ରେ ଉକ୍ତ ଅର୍ଥ କାଢି ପାରିବେ। ଏପ୍ରିଲ ୫ ଓ ୬ରେ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଯାହାଙ୍କ ଆକାଉଣ୍ଟ ନମ୍ବର ଶେଷ ଅଙ୍କ ୪ ଓ ୫ ରହିଛି ସେମାନେ ଏହି ଅର୍ଥ ଏପ୍ରିଲ ୭ରେ କାଢି ପାରିବେ। ଏହି ପ୍ରକାର ୬ ଓ ୭ରେ  ଶେଷ ହେଉଥିବା ଆକାଉଣ୍ଟ ନମ୍ବର ନିଜ ଖାତାରୁ ଏପ୍ରିଲ ୮ରେ ଟଙ୍କା କାଢି ପାରିବେଏପ୍ରିଲ ୯ ପରେ କେଉଁ ଦିନ ବି ଟଙ୍କା କାଢି ପାରିବେଯେଉଁ ଖାତାଧାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୮ ଓ ୯ ରହିଛି ସେମାନେ ଏପ୍ରିଲ ୯ରେ ଏହି ରାଶି କାଢି ପାରିବେ। ବ୍ୟାଙ୍କ କହିଛି ଯେ, ଏପ୍ରିଲ ୯ ପରେ କେହି ବି ଗ୍ରାହକ କୌଣସି ଦିନ ଏହି ଅର୍ଥ କାଢି ପାରିବେ। ବ୍ୟାଙ୍କ ସମସ୍ତ ଗ୍ରାହକଙ୍କୁ ଅନୁରୋଧ କରିଛି ଯେ, ନିଜର ସୁରକ୍ଷା ଏବଂ ଅନ୍ୟ ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି ସାହାଯ୍ୟ କରନ୍ତୁ।

0
0
0
s2sdefault