ହେଡଲାଇନସ୍:

ମାଷ୍ଟ୍ରେ ତ ବିଶୃଙ୍ଖଳିତ, ପିଲାଙ୍କୁ ଶିଖାଇବେ କଣ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରକାରଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ବିଦ୍ୟାଳୟର ଶିକ୍ଷକ

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ସାମଗ୍ରୀ ସଂଗ୍ରହ କରିବା ନିମନ୍ତେ ବିଦ୍ୟାଳୟ କତ୍ତୃପକ୍ଷ ଟୋକନ ବ୍ୟବସ୍ଥା କରିଛନ୍ତି । ଉକ୍ତ ଟୋକନ ଅନୁସାରେ ବିଦ୍ୟାଳୟଗୁଡ଼ିକରେ ଅଧ୍ୟନରତ ଛାତ୍ରଛାତ୍ରୀମାନଙ୍କ ଘରେ ଅଥବା ବିଦ୍ୟାଳୟ ପରିସରରେ ସାମାଜିକ ଦୂରତ୍ୱ ସର୍ବନିମ୍ନ ଏକ ମିଟର ବ୍ୟବଧାନ ରକ୍ଷା କରି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ବଣ୍ଟନ କରାଇବା ନିମନ୍ତେ  ସରକାରଙ୍କ ପକ୍ଷରୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ  ମୟୂରଭଞ୍ଜ ଜିଲ୍ଲାରେ ଏହି ଆଦେଶନାମାକୁ କେତେକ ବିଦ୍ୟାଳୟ ପାଳନ କରୁନଥିବାର ପରିଲକ୍ଷିତ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ସିନ୍ଦୁରଗୌରା ପଞ୍ଚାୟତ ମାଙ୍କଡ଼ାପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତ ମଙ୍ଗଳବାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ସମୟରେ କୋଭିଡ଼-୧୯କୁ ନେଇ ଜାରିକରାଯାଇଥିବା ମାର୍ଗଦର୍ଶୀକାକୁ ଖୋଲାଖୋଲି ଭାବେ ଅଣଦେଖା ପ୍ରଦର୍ଶନ କରି ବିଦ୍ୟାଳୟ ପରିସରରେ ସ୍କୁଲ ପୋଷାକରେ ଥାଇ ଛାତ୍ରଛାତ୍ରୀମାନଙ୍କ ସହ କେତେକ ଛାତ୍ର ଅଭିଭାବକମାନେ ପରସ୍ପର ମଧ୍ୟରେ ଭିଡ଼ାଭିଡ଼ି ହୋଇ ଗହଳି ଲଗାଇଥିବା ସମୟରେ ଉପସ୍ଥିତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ  ଶ୍ରୀ ଭଞ୍ଜଙ୍କ ସହିତ ଅନ୍ୟ ଦୁଇ ଜଣ ଶିକ୍ଷୟତ୍ରୀ ନୀରବଦ୍ରଷ୍ଟା ସାଜିଥିଲେ । ଏହି ସମୟରେ କେତେକ ଗଣମାଧ୍ୟମର ପ୍ରତିନିଧି ବିଦ୍ୟାଳୟରେ ପହଁଞ୍ଚି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ  ଶ୍ରୀଭଞ୍ଜଙ୍କୁ ସଚେତନ କରାଇଥିଲେ ସେ ଗୋଟାଏ କାନରେ ଭର୍ତ୍ତି କରି ଅନ୍ୟ କାନ ଦେଇ ବାହାର କରିଦେଇଥିଲେ ।

 

 

 

0
0
0
s2sdefault