ହେଡଲାଇନସ୍:

ଋଷ ଫରନ୍ତା ମେଡ଼ିକାଲ ଛାତ୍ରୀ ଆଇସୋଲେସନରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜରୁ ଯାଇଥିବା ୧୮ ରକ୍ତର ନମୁନା ନେଗେଟିଭ ବାହାରିଲା

ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣଙ୍କ ନିକଟରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୂବନେଶ୍ୱରସ୍ଥିତ ଆରଏମଆରସିକୁ ପଠାଯାଇଥିଲା । ଏହି ସମସ୍ତ ରକ୍ତ ନମୁନାର ରିପୋର୍ଟ ନେଗେଟିଭ ଆସିଥିବାର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଏଥି ସହିତ ଜିଲ୍ଲାକୁ ଋଷରୁ ଫେରି ଆସିଥିବା ମେଡ଼ିକାଲ ଛାତ୍ରୀଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଥିବା ସ୍ୱତନ୍ତ୍ର ଆଇସୋଲେସନ ୱାଡରେ  ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ରକ୍ତର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୂବନେଶ୍ୱର ପଠାଯାଇଛି । ସେହିପରି ପୂର୍ବରୁ ଆଇସୋଲେସନ ୱାଡରେ  ଭର୍ତ୍ତି ହୋଇଥିବା ପୁନେ ଫେରନ୍ତା ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନିରୀକ୍ଷଣ କରାଯିବା ପରେ ଆଜି  ଡିସ୍ଚାର୍ଜ କରି ଦିଆଯାଇଛି ।  ସେ ପୁନେରୁ ଫେରି  ଆସିିବା ପରେ ତାଙ୍କ ଶରୀରରେ କରୋନା ସମ୍ପର୍କୀତ କୌଣସି ଲକ୍ଷଣ  ଦେଖାଯାଇନଥିଲା । 

 

0
0
0
s2sdefault