କରୋନା ମୁକାବିଲା : ସାମାଜିକ ଦାୟିତ୍ୱବୋଧ ପ୍ରଦର୍ଶନ କଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ପ୍ରଥମ ପେନସନ ୩୬ହଜାର ଟଙ୍କା 

ଓଡ଼ଗାଁ, କୁରାଳ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ କରୋନା ଭାଇରସର ମୁକାବିଲା ପାଇଁ ଅନେକ ପ୍ରତିଷେଧକ ପଦକ୍ଷେପ ନିଆଯାଇଥିବା ବେଳେ ଆସନ୍ତା କାଲି ଆରମ୍ଭ ହେଉଥିବା ପ୍ରସିଦ୍ଧ ଶ୍ରାରାମ ନବମୀ ଯାତ୍ରା କେବଳ ନୀତି କାନ୍ତି  ମଧ୍ୟରେ ସମାପ୍ତ ହେବାକୁ ନିଷ୍ପତ୍ତି ନିଆ ଯାଇଛି | ସେହିପରି  ପରିବା ମାର୍କେଟକୁ ରାମସାଗର ପୋଖରି ନିକଟ ମହୋତ୍ସବ  ପଡିଆକୁ ଅସ୍ଥାୟୀ ଭାବେ ଘୁଞ୍ଚାଇ  ଦିଆଯାଇଛି । ସେଠାରେ ଅଧିକ ଖୋଲା ସ୍ଥାନ ରହିଥିବାରୁ ସାମାଜିକ ଦୁରତା ରକ୍ଷା କରିବା ସହଜ ହେବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । କରୋନା ଭଉାଇରସର ମୁକାବିଲା ପାଇଁ ସରକାର ବିଭିନ୍ନ ପଦେକ୍ଷପମାନ ଗ୍ରହଣ କରୁଥିବା ବେଳେ ବର୍ତମାନର ଭୟାବହତାକୁ ହୃଦୟଙ୍ଗମ କରି ବହୁ ବଦାନ୍ୟ ବ୍ୟକ୍ତି ସରକାରଙ୍କୁ ସାହାଯ୍ୟର ହାତ ବଢାଇ ଦେଇଥିବା ଦେଖିବାକୁ ମିଳୁଛି । ନିକଟରେ ଗିରିଡିପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ  ଅବସର ଗ୍ରହଣ କରିଥିବା  କୁରାଳ ବେଙ୍ଗେଇ ସାହିର ସୁକାନ୍ତ ଚନ୍ଦ୍ର ଚୈାଧୁରୀ ମାର୍ଚ୍ଚ ମାସରେ ପାଇଥିବା ତାଙ୍କର ପ୍ରଥମ ପ୍ରୋଭିଜନାଲ ପେନସନ ୩୬ ହଜାର ଟଙ୍କାକୁ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ  କରୋନା ଭାଇରସକୁ ରୋକିବା ପାଇଁ ସମସ୍ତ କ୍ଷେତ୍ରରେ ଉଦ୍ୟମ ଜାରି ରହିଥିବା ବେଳେ ଲକଡାଉନକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ସେମାନଙ୍କୁ ସାବାଡ କରିବା ପାଇଁ ଓଡ଼ଗାଁ ପୋଲିସ ୪ଜଣଙ୍କ ନାମାରେ ମାମଲା ରୁଜୁକରି ଗୋଟିଏ ଅଟୋ ସହିତ ୧୦ ଟି ବାଇକ ଜବତ କରିଥିବା ଜଣାଯାଇଛି 

0
0
0
s2sdefault