ହେଡଲାଇନସ୍:

କରୋନା ପ୍ରଭାବିତଙ୍କ ପାଇଁ ବିଜେପିର ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ | 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଖୀଜନ,ନିସ୍ୱ ଗରୀବଙ୍କୁ ଖାଦ୍ୟାନ୍ନ ବଂଟନ କରିବେ ବିଜେପି କାର୍ଯ୍ୟକର୍ତା  ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଅନ୍ତର୍ଗତ | ସାମାଜିକ ଦୁରତ୍ୱ ବଜାୟ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ନିଃସ୍ୱ ଅସହାୟ ଗରିବଙ୍କୁ ଖାଦ୍ୟ ବଂଟନ କଲେ ବିଜେପି କାର୍ଯ୍ୟକର୍ତା ବର୍ତମାନ ସୁଦ୍ଧା ୧୦୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ, ୨୧୮ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୨୬ ହଜାରରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ଏବଂ ୮୨୫୦ରୁ ଉର୍ଦ୍ଧ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଂଟନ କରାଯାଇଛି

ଭୂବନେଶ୍ୱର,(ଶାସକ ପ୍ରଶାସକ) : ଦେଶବ୍ୟାପୀ ଲକ୍ଡାଉନ୍ କାର୍ଯ୍ୟକାରୀ ହେବା ସପ୍ତାହେରୁ ଉର୍ଦ୍ଧ ହେଲାଣି । ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୁରତ୍ୱ ଏକମାର୍ର ବିକଳ୍ପ ହୋଇଥିବା କାରଣରୁ ରାଜ୍ୟ ସମେତ ଦେଶବ୍ୟାପୀ ଦୀର୍ଘ ସମୟ ଧରି ଲକ୍ଡାଉନ୍ ଘୋଷଣା ହୋଇଛି । ଏଭଳି ସଙ୍କଟ ସମୟରେ ‘ଫିଡ୍ ଦି ନିଡି - ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ବିଜେପି କାର୍ଯ୍ୟକର୍ତାମାନେ ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି । ଗତ ୫ ଦିନ ହେଲାଣି ବିଜେପି କାର୍ଯ୍ୟକର୍ତାମାନେ ‘ଫିଡ୍ ଦି ନିଡି - ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ତମାନ ସୁଦ୍ଧା ରାଜ୍ୟର ୧୦୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ, ୨୧୮ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୨୬ ହଜାରରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ଏବଂ ୮୨୫୦ରୁ ଉର୍ଦ୍ଧ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବା ସହ କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଖୀଜନ, ନିସ୍ୱ ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତା ଖାଦ୍ୟାନ୍ନ ବଂଟନ କରିବେ । ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇଛନ୍ତି ।

ରାଉରକେଲାଠାରେ ସୁଦର୍ଶନ ଗୋଏଲ, ଧୀରେନ ସେନାପତି, ଲତିକା ପଟ୍ଟନାୟକ,ନିହାର ରାୟ, ଜଗବନ୍ଧୁ ବେହେରା ପ୍ରମୁଖ ପାନପୋଷ, ଛେଣ୍ଡ୍, ବନ୍ଧମୁଣ୍ଡା, ବାସନ୍ତି କଲୋନୀ ଆଦି ଅଂଚଳରେ ଚା, ଜଲଖିଆ, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ଖାଦ୍ୟସାମଗ୍ରୀ ପେକେଟ, ଔଷଧ, ମାସ୍କ, ସାନିଟାଇଜର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଭୁବନେଶ୍ୱରଠାରେ ଯୁବମୋର୍ଚ୍ଚା ଏବଂ ଜିଲ୍ଲା ବିଜେପି ତରଫରୁ ଅଭିଷେକ ଆଚାର୍ଯ୍ୟ, ରଶ୍ମୀରଂଜନ ମୁଦୁଲି, ଦିଲୀପ ବେହେରା ଅସହାୟଙ୍କୁ ରନ୍ଧାଖାଦ୍ୟ, ପୁରୁଣା ଭୂବନେଶ୍ୱରରେ ମହିଳା ନେତ୍ରୀ ତୃପ୍ତିମୟୀ ମକଦ୍ଧମ, ଶିବପ୍ରସାଦ ବେହେରା ସଫେଇ କର୍ମଚାରୀମାନଙ୍କୁ ଚା, ଜଳପାନ, ମାସ୍କ, ସାନିଟାଇଜର ଆଦି ବଂଟନ କରିଥିଲେ । ପୁରୀ ଜିଲ୍ଲାର ନିମାପଡା, ଗୋପ, ବ୍ରହ୍ମଗିରି; ଗଂଜାମ ଜିଲ୍ଲା ବ୍ରହ୍ମପୁର, ଗୋପାଳପୁର, କବିସୂର୍ଯ୍ୟନଗର, ଦିଗପହଣ୍ଡି; ବାଲେଶ୍ୱର ସହର ସମେତ ଜିଲ୍ଲାରରେମୁଣା, ଜଳେଶ୍ୱର; କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜନଗର; ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ବେଗୁନିଆ, ଜଟଣୀ ଓ ବୋଲଗଡ ନିର୍ବାଚନମଣ୍ଡଳୀ; ଜଗତସିଂହପୁର ଜିଲ୍ଲାର ଏରସମା-ବାଲିକୁଦା, ପାରଦ୍ୱୀପ; କଟକ ଜିଲ୍ଲା ଆଠଗଡ, ବଡମ୍ବା, କନ୍ଦରପୁର, ବୈଳାଇଶିମୈାଜା,ସାଲେପୁରର ବିଭିନ୍ନ ଅଂଚଳରେ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି ।

ସେହିପରି ମୟୁରଭଞ୍ଜ ଜିଲ୍ଲାର ବାରିପଦା, ଉଦଳା; ସମ୍ବଲପୁର ଜିଲ୍ଲାର ସହର ସମେତ ବୁର୍ଲା; କେନ୍ଦୁଝର ଜିଲ୍ଲା ଚଂପୁଆ, ବଡବିଲ; କଟକ, ନୟାଗଡ, ରାୟଗଡା, ନୂଆପଡା, ଅନୁଗୁଳ, ଢେଙ୍କାନାଳ ବରଗଡ, କୋରାପୁଟ, ଯାଜପୁର, ସୁବର୍ଣ୍ଣପୁର, ଭଦ୍ରକ, ସୁନ୍ଦଋଗଡ,ଝାରସୁଗୁଡା ଜିଲ୍ଲାରେ ସ୍ଥାନୀୟ ନେତୃବୃନ୍ଦଙ୍କ ତତ୍ୱାବଧାନରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ବଂଟନ କରାଯାଇଛି ।

କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡି - ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

0
0
0
s2sdefault