ହେଡଲାଇନସ୍:

ଗୁମ୍ମା ବ୍ଳକ ଜୀବା ପଞ୍ଚାୟତରେ ନିରାଶ୍ରୟ ଓ ଗରିବଙ୍କୁ ରନ୍ଧାଖାଦ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ହିତାଧିକାରୀଙ୍କୁ ୩ମାସର ଚାଉଳ ସହ ଗ୍ରାମରେ କରୋନା ଭାଇରସ୍ ଉପରେ ସଚେତନତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭୁତାଣୁ ମହାମାରିର  ରୂପ ନେଇ ସମଗ୍ର ଭାରତରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏହି କରୋନା ଭୁତାଣୁର କଡା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍-ଡାଉନ୍ ଘୋଷଣା କରା ଯାଇଛି।  ଲକ୍ ଡାଉନ୍ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରହିଥିବା ଘୋଷଣା ଓ ନିର୍ଦ୍ଦେଶାବଳୀକୁ  ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜୀବା ପଞ୍ଚାୟତର ଲୋକେ ସମ୍ମାନ ଜଣାଇ ଘରୁ ବାହାରୁ ନାହାନ୍ତି।   ପନିପରିବା , ଗ୍ରସରି ଓ ଔଷଧ ଦୋକାନ ମାନଙ୍କରେ ଭିଡ଼ ଜମିବ ଏବଂ ସାମାଜିକ ଦୂରତାରେ ବ୍ୟାଘାତ ହେବ ବୋଲି କମ୍ ସମୟ ଖୋଲି ବନ୍ଦ କରି ଦେଉଛନ୍ତି । ଲକ୍ ଡାଉନ୍ ଯୋଗୁଁ ସମଗ୍ର ପଞ୍ଚାୟତ ଅଞ୍ଚଳ ଜନଶୁନ୍ୟ ଦେଖାଯାଉଛି । ପଞ୍ଚାୟତର ଗରିବ ହିତାଧିକାରୀ ମାନଙ୍କୁ  ୩ ମାସର ଚାଉଳ ବଣ୍ଟନ କରାଯାଉଛି ।  ଅନ୍ୟ ପକ୍ଷରେ ପଞ୍ଚାୟତର ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ମାନେ ଘର ଘର ବୁଲି ଲୋକଙ୍କୁ କରୋନା ଭୁତାଣୁର ବିଭିନ୍ନ ଦିଗ ଉପରେ ସଚେତନ କରାଉଛନ୍ତି । ଏତଦ୍ ବ୍ୟତୀତ ଡାକବାଜି ଯନ୍ତ୍ର  ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ସଚେତନତା ପ୍ରଚାର ଜୋରଦାର କରାଯାଉଛି । 

 ମାଳାଲକ୍ଷ୍ମୀ ଶକ୍ତି ଗ୍ରୁପ ମହିଳାମଣ୍ଡଳୀ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଗ୍ରୁପର ସଭାପତି ଏସ:କ୍ରିଷ୍ନା ବେଣୀ ଏବଂ ସମ୍ପାଦିକା ଗୀତା ପ୍ରଧାନଙ୍କ ନେତୃତ୍ୱରେ ଅଙ୍ଗନବାଡି କର୍ମୀ  ନାରସନା ଶବର , ଗୀତାଞ୍ଜଳି ଶବର  , ଆଶା କର୍ମୀ ଜାନକୀ ପ୍ରଧାନ , ହେଲପର ଏସ:କାନ୍ତାମାଙ୍କ ଦ୍ଵାରା ପଞ୍ଚାୟତ ଅଞ୍ଚଳର ଗରିବ ,  ନିରାଶ୍ରୟ ଓ ବୁଢ଼ାବୁଢ଼ୀ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା।   ବିଭିନ୍ନ ଗ୍ରାମରେ ପିଲା ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତଧୁଆ  ଓ କରୋନା ଭାଇରସ୍ ଉପରେ ସଚେତନ କରାଯାଉଛି । ଜୀବା ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ଚରଣ ମିଶ୍ରଙ୍କ ତତ୍ତ୍ୱବାଧାନରେ ବିଭିନ୍ନ କରୋନା ସମ୍ପର୍କିତ ସଚେତନତା ଓ ବଣ୍ଟନ କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ଜଣାଯାଇଛି ।

 

0
0
0
s2sdefault