ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ  ନିର୍ଦ୍ଦେଶ ପାଳନ କଲେ ଅଙ୍ଗନୱାଡି କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଙ୍ଗନୱାଡିର ଶିଶୁ ମାନଙ୍କ ଘରକୁ ଯାଇ ବିତରଣ କଲେ ଶୁଖିଲା ଖାଦ୍ୟ ।

ସସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ମହାମାରି କରୋନା ପାଇଁ ସବୁଆଡେ ଲକଡାଉନ ଥିବା ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଅନୁସାରେ ରେଙ୍ଗାଲି ବ୍ଲକରେ ଥିବା ୧୩୮ ଅଙ୍ଗନୱାଡି କେନ୍ଦ୍ରର ୩୩୬୯ ଜଣ ଶିଶୁ ମାନଙ୍କର ପରିବାର ଘରକୁ ଘର ଯାଇ ଅଙ୍ଗନୱାଡି କର୍ମୀ  ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ପ୍ରତ୍ୟେକ ଶିଶୁ ମାନଙ୍କୁ ଏପ୍ରିଲ ମାସର  ଚାଉଳ, ଡାଲି, ଆବଶ୍ୟକ ଅନୁସାରେ ସବୁଜ ପନିପରିବା, ଅଣ୍ଡା, ଚୂଡା ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହି କ୍ରମରେ ରେଙ୍ଗାଲି ସମନ୍ବିତ ଶିଶୁ ବିକାଶ ଅଧିକାରୀ ପ୍ରିୟଦର୍ଶନୀ ଏକ୍କାଙ୍କ  ତତ୍ବାବଧାନରେ ବ୍ଲକର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ସହ ସାଳଡ ଗ୍ରାମପଞ୍ଚାୟତ ସାଳଡ ଗ୍ରାମର ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ବିଶ୍ବାଳ ଏବଂ ସହ କର୍ମୀ ସୁସ୍ମିତା ପାଣ୍ଡେ ଘର ଘର ବୁଲି ଅଙ୍ଗନୱାଡି 

ଶିଶୁ ମାନଙ୍କର ପରିବାରକୁ ଏହି ଶୁଖିଲା ଖାଦ୍ୟ ବଣ୍ଟନ ଆରମ୍ଭ  କରିଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ବାରା ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଶିଶୁ ନିଜ ଘରେ ଥାଇ ଶୁଷମ ଖାଦ୍ୟ ପାଇ ପାରିବେ ବୋଲି ଶିଶୁ ବିକାଶ ଅଧିକାରୀ ପ୍ରକାର କରିଛନ୍ତି

0
0
0
s2sdefault