ହେଡଲାଇନସ୍:

ଲକ୍ ଡାଉନ୍ କୁ ଫୁ, ପିଲା କିଣୁଛନ୍ତି ମଦ ପାଉଚ (Pls see the Video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା / ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବନ୍ଧାପଥର୍ ପଞ୍ଚାୟତ ର ରାଣି ସାହି ରେ ଥିବା ଦେଶୀ ମଦ ଭାଟିରେ ଲୋକଙ୍କ ଭିଡ଼ ଜମିଛି । ଖାଲି ସେତିକି ନୁହେଁ ଛୋଟ ଛୋଟ ଛୁଆଙ୍କ ମଧ୍ୟ ଭିଡ ଦେଖିବାକୁ ମିଳୁଛି । ଗୋଟିଏ ଗୋଟିଏ ବ୍ୟାଗ୍ ଧରି ଲାଇନ୍ ରେ ଲାଗିଛନ୍ତି ମଦ ପାଉଚ୍ ନେବା ପାଇଁ । ଲକ୍ ଡାଉନ୍ ସମୟରେ ମଦ ଦୋକାନ ଖୋଲା ରଖି ନିୟମକୁ ଉଲ୍ଲଂଘନ କରୁଛନ୍ତି ଦୋକାନୀ।  ସ୍କୁଲ୍ ବନ୍ଦ ଥିବା ସମୟରେ ଛୋଟ ଛୋଟ ଛୁଆ ଏଠି ଠିଆ ହୋଇ ମଦ କିଣିବା  ଦୁର୍ଭାଗ୍ୟ ଜନକ । ଶିଶୁ ଅଧିକାର କୁ ଏଠାରେ ଧୂଳିସାତ କରୁଛନ୍ତି । ଯାହା ଜଣା ପଡ଼ୁଚି ଶିଶୁ ମାନେ ମଦ ନେଉଛନ୍ତି ନିଜ ଗାଁ ରେ ବିକିବା ପାଇଁ  । ଏଥି ନିମନ୍ତେ ତାଙ୍କ ଅବିଭାବକ ତାଙ୍କୁ ବାଧ୍ୟ କରୁଛନ୍ତି। 

କାହା ସାହସରେ କାହା ଛତ୍ର ଛାୟାରେ ମଦ ପାଉଚ୍ ଦୋକାନ ଖୋଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସହର ରେ  ଲୋକେ ନିହାତି ଲକ୍ ଡାଉନ୍ କୁ ମାନିବେ । ଗ୍ରାମାଞ୍ଚଳରେ ଏହା କୁ ଅବମାନନା ହେଉଛି ତେଣୁ ଗ୍ରାମାଞ୍ଚଳ ରେ ପୋଲିସ୍ ପେଟ୍ରୋଲିଂ କରିବା ନିହାତି ଆବଶ୍ୟକ । ନଚେତ୍ ସହର ଯୋଗିଥିଲେ ଗାଁ ରେ ବଢିଯିବ ।

0
0
0
s2sdefault