ହେଡଲାଇନସ୍:

ପଦ୍ମପୁରରେ ବିଜେପି ତରଫରୁ ଅସହାୟଙ୍କୁ ଆବଶ୍ୟକୀୟ ଜିନିଷ ବଣ୍ଟନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ଶାସକ ପ୍ରଶାସକ): ବର୍ତ୍ତମାନ ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା  କରୋନା ଭୂତାଣୁ କୋଭନ - ୧୯ ରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ୨୧ ଦିନ ଯାଏଁ ସାରା ଭାରତରେ ଲକ ଡାଉନ୍ ଘୋଷଣା କରିବା ସହ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ସେହିପରି ପଦ୍ମପୁରରେ ହୋଇଥିବା ଲକ ଡାଉନ୍ ଯୋଗୁଁ ବହୁ ଦିନ ମଜୁରିଆ , ଗରିବ , ବୃଦ୍ଧା ଶ୍ରମ , କୁଷ୍ଠାଶ୍ରମର  ଲୋକେ ଖାଇବାକୁ ପାଉନାହାନ୍ତି । ଏହି ଅସହାୟ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଜି ପଦ୍ମପୁର ବିଜେପି ପରିବାର ପକ୍ଷରୁ ପଦ୍ମପୁର ଅଞ୍ଚଳରେ ଥିବା ବାଦିମାଳ,  କୁଷ୍ଠାଶ୍ରମ,  ଗାଇସିଲାଟ ରୋଡରେ ଥିବା କୁଷ୍ଠାଶ୍ରମର ଅନ୍ତେବାସୀ , ପଦ୍ମପୁର ବିଭିନ୍ନ ୱାର୍ଡର ଅସହାୟ ଲୋକଙ୍କ ଖାଇବା ପାଇଁ ନିତ୍ଯା ବଶ୍ଯକ ଚାଉଲ, ଡାଲି, ତେଲ, ଆଳୁ, ବିସ୍କୁଟ,ପନିପରିବା ବଣ୍ଟନ କରାଯାଇଥିଲା । ସମସ୍ତଙ୍କୁ ସ୍ବଛତା ପାଇଁ ସଚେତନ କରାଯିବା ସହ ସାବୁନ, ସେନିଟାଇଜର ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମ ସମୟରେ ବରଗଡ ଯୁବମୋର୍ଚ୍ଚ ସଭାପତି ପ୍ରୀତଶ ବହିଦାର , ପଦ୍ମପୁର ନଗର ସାଧାରଣ ସମ୍ପାଦକ ଅଶୋକ ମିଶ୍ର , ଡାକ୍ତର ନାରାୟଣ ପୁରୋହିତ,  ସରୋଜ ମିଶ୍ର, ନରେଶ ସୁନ୍ଦର ସାହୁ,   ଇଂ କୁନାଲ ପାଣିଗ୍ରାହୀ, ପ୍ରମୋଦ ମେହେର, ହିତେଶ ଅଗ୍ରୱାଲ,  ସୁରେଶ ସାହୁ, ଦିନେଶ ବାରିକ, ରବିନ ମେହେର,  ରାଜୀବ ବଗର୍ତ୍ତୀ,  ସିଦ୍ଧେଶ୍ଵର ମହାରଣା  ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault