କରୋନା ପାଇଁ ଗାଁ ଗାଁରେ ସଚେତନତା : ନିଜେ ଜଗୁଛନ୍ତି ନିଜ ଗାଁକୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର,(ଶାସକ ପ୍ରଶାସକ) : କରୋନା ସମ୍ବନ୍ଧରେ କେନ୍ଦ୍ର ଓ ରାଜ୍ଯ ସରକାର,ପ୍ରଶାସନ ଏବଂ ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହେବା ପରେ ଗାଁ ଗାଁରେ ସଚେତନ ଦେଖିବାକୁ ମିଳୁଛି । କରୋନା ଭୁତାଣୁ ର ସଂକ୍ରମଣ ରେ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ବ କୁ ଗୁରୁତ୍ବ ଦେବା  ପ୍ରମୁଖ ଭାବେ ପାଳନ କରିବା ପାଇଁ ସଂକ୍ରୀ ଗ୍ରାମର ଲୋକେ ସଚେତନ ହୋଇଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମବାସୀ ତାଙ୍କ ଗାଁ କୁ ଆସୁଥିବା ସମସ୍ତ ରାସ୍ତାକୁ ଗଛ ପକାଇ ଅବରୋଧ କରିବା ସହ ଦୁଇ ତିନି ଜଣ ଯୁବକ ପାଲି କରି ଠେଙ୍ଗା ବାଡ଼ି ଧରି ଜଗିଛନ୍ତି । ତାଙ୍କ ଗାଁ କୁ ଅନ୍ଯ ଗାଁର ଲୋକେ ନ ଆସିବା ଏବଂ ଗାଁରୁ ଅନ୍ଯ ସ୍ଥାନକୁ ନ ଯିବା ପାଇଁ କଟକଣା କରିଛନ୍ତି । ଗାଁର ଲୋକେ ମାନେ ରୁଣ୍ଡ ନ ହେବା ପାଇଁ ଡାକରା ଦିଆଯାଇଛି ଗାଁରେ । ଏ ଭଲି ପଦକ୍ଷେପ ଅନ୍ଯ ଗାଁ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏ ସବୁ କାମ ପାଇଁ ଗାଁର ଯୁବ ସମାଜ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ   ।

0
0
0
s2sdefault