ହେଡଲାଇନସ୍:

କୋଳକୁ ବାହୁଡ଼ିଲା କୁଳ ନନ୍ଦନ : ଫେରାଇ ଆଣିଲା ଗଜପତି ପୋଲିସ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁ ଉଦ୍ଧାର : ୩ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୨୧ ତାରିଖ ଦିନ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରୁ ୪ ଦିନର ଶିଶୁ ପୁତ୍ର ଚୋରି ହୋଇଥିଲା। ଏହି ଘଟଣା ସେହି ସମୟରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ତେବେ ପାରଳା  ପୋଲିସର  ପ୍ରୟାସ ଫଳରେ ଚୋରି ହୋଇଥିବା ଶିଶୁଟି  ଦୀର୍ଘ ନଅ ଦିନ ପରେ ଉଦ୍ଧାର ହୋଇ ପାରିବା ସହ ପାରଳା ପୋଲିସକୁ  ଏ ଦିଗରେ ଏକ ବଡ଼ ସଫଳତା ମିଳିଛି ।                           

  ଘଟଣାରୁ ପ୍ରକାଶ ଗତ ୧୮ ତାରିଖ ଦିନ ମାଣିକପୁର ଗ୍ରାମର ମଦନ ବଣୁଆଙ୍କ ପତ୍ନୀ କୁରି ପାଇକ ପ୍ରସବ ବେଦନାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେହି ଦିନ ହିଁ ଅସ୍ତ୍ରୋପଚାର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଶିଶୁ ସହ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ। 

 ୨୧ ତାରିଖ ଦିନ ୧୧ ଘଣ୍ଟା ସମୟରେ ଜଣେ ମହିଳା ଆସି ନିଜକୁ ବିଭାଗୀୟ କର୍ମଚାରୀ ବୋଲି ପରିଚୟ ଦେଇ ୪ ଦିନର ଶିଶୁ ପୁତ୍ରର ମୁଣ୍ଡରେ ଆଘାତ ହୋଇଛି ବୋଲି କହି ଶିଶୁଟିକୁ ନେଇ ଯାଇଥିଲେ। କିଛି ସମୟ ପରେ ଶିଶୁ ଟି ଫେରି ନ ଆସିବା ଫଳରେ  ତାର ମା ସହ ସମ୍ପର୍କୀୟ ମାନେ ଶିଶୁଟିକୁ ବହୁତ ଖୋଜା ଖୋଜି କରିଥିଲେ , ହେଲେ  ଶିଶୁଟିର କୌଣସି ପତ୍ତା କି ଖବର ନ ମିଳିବାରୁ  ପରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଶିଶୁର ପିତା ଲିଖିତ ଅଭିଯୋଗ କରିଥିଲେ। 

 ଏହି ଅଭିଯୋଗକୁ ନେଇ ପୋଲିସ ମୁଖ୍ୟ ଚିକିତ୍ସାଳୟର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ। ସିସିଟିଭି ଫୁଟେଜରେ ୨ ଜଣ ମହିଳା ଏକ ଅଟୋରେ ବସି ଶିଶୁଟିକୁ ନେଇ ଯାଉଥିବା  ଦେଖା ଯାଇଥିଲା ଏବଂ ଏହାକୁ ଆଧାର କରି ପୋଲିସ ଅଟୋର ନମ୍ବର ଦେଖି  ଏହା  ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ଅଟୋ ବୋଲି ଜାଣି ତଦନ୍ତକୁ ଆହୁରି ଆଗକୁ ନେଇ ତନାଘନା କରିଥିଲେ । ଏଥିରେ ସ୍ପଷ୍ଟ ହେଲା ଯେ ଯେଉଁ ମହିଳାଟି କର୍ମଚାରୀ ବୋଲି ପରିଚୟ ଦେଇ ଚାରି ଦିନର ଶିଶୁ ପୁତ୍ରଟିକୁ ଚୋରି କରି ନେଇଥିଲେ , ସେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ବାତ୍ତିଲି ଥାନାର ବାଲେରି ଗ୍ରାମର ଏବଂ  ତାର ନାମ ଯେନ ଗୁଲା ମାଧୁରୀ ବୋଲି ଜଣା ପଡିଥିଲା । ଏହି ଚୋରିରେ ତାଙ୍କୁ ସହଯୋଗ କରିଥିଲା ଯାମି ସରସ୍ୱତୀ।

ମାଧୁରୀ ନିଃସନ୍ତାନ ଥିବା ଯୋଗୁଁ ଶିଶୁଟିକୁ ପାଳିବା ଉଦ୍ଦେଶ୍ୟ ନେଇ ଚୋରି କରିଥିବା ସୂଚନା ମିଳିଥିଲା। ଏହି ଘଟଣାର ଅନ୍ୟ ତମ ମୁଖ୍ୟ ଆସାମୀ ସରସ୍ୱତୀର ସ୍ୱାମୀ ଜେନ ଗୋଲା କଣ୍ଡାୟା ସହ ସରସ୍ୱତୀ ଓ ମାଧୁରୀ ୩ ଜଣଙ୍କୁ ପୋଲିସ ଗିରଫ କରିଛି। 

 ଏମାନଙ୍କ ଠାରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଆବଶ୍ୟକ ଡାକ୍ତରୀ ପରୀକ୍ଷା ପରେ ତାର ମା କୂଳକୁ ହସ୍ତାନ୍ତର କରାଯାଇଛି। ଶିଶୁ ଚୋରି ଘଟଣା ୯ ଦିନ ପରେ ଶିଶୁଟି ମା କୋଳକୁ ଫେରି ଆସିବା ଯୋଗୁଁ ପରିବାର ବେଶ ଆନନ୍ଦ ପ୍ରକାଶ ପାଇଥିବା ସହ ପୋଲିସକୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault