ହେଡଲାଇନସ୍:

ପଞ୍ଚାୟତ ସ୍ତରରେ ଉପଲବ୍ଧ ହେଉନାହିଁ ଆବଶ୍ୟକ ଭିତ୍ତିଭୂମି, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବୀକଲେ ସମାଜସେବୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ)  - କରୋନାର ଉପଯୁକ୍ତ ମୁକାବିଲା ନିମନ୍ତେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ମାନ ଗ୍ରହଣ କରୁଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏକାନ୍ତବାସ କେନ୍ଦ୍ର ନିମିତ୍ତ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବା ପାଇଁ 5 ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିବାକୁ ସରପଞ୍ଚ ମାନଙ୍କୁ ଅନୁମତି ଦେଇଛନ୍ତି | ତଥାପି ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁଡିକରେ ଥିବା ପଞ୍ଚାୟତ ଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ ହେଉନାହିଁ ବୋଲି  ଅଭିଯୋଗ ଆଣିଛନ୍ତି ସମାଜସେବୀ ଶାନ୍ତନୁ କୁସୁମ | ତାସହିତ ଉକ୍ତ ଘଟଣାରେ ଜିଲ୍ଲାପାଳଙ୍କ ହସ୍ତଖେପ ଦାବୀ କରି ପଞ୍ଚାୟତ ସ୍ତରରେ ହେଉଥିବା ଏକାନ୍ତବାସ କେନ୍ଦ୍ରର ସଠିକ ନିରୀକ୍ଷଣ ପାଇଁ ଦାବୀ କରିଛନ୍ତି | ଏହି ଅବସରରେ ସମାଜସେବୀ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ମହାମାରୀ କରୋନାର ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ଏକାନ୍ତବାସ ଗୃହ ଓ ସ୍ୱାସ୍ଥ୍ୟ ଶିବିରର ବହୁ ଆବଶ୍ୟକତା ରହିଛି | କାରଣ ଜିଲ୍ଲାର 127 ରୁ ଉର୍ଦ୍ଧ ପଞ୍ଚାୟତରେ ରାଜ୍ୟ ଫେରନ୍ତା ବ୍ୟକ୍ତିବିଶେଷ ଓ ଶ୍ରମିକ ରହିଛନ୍ତି | ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଏକାନ୍ତବାସ କେନ୍ଦ୍ର ନିର୍ମାଣ ପାଇଁ ନିର୍ଦେଶ ଦିଆଯିବା ସହ ସେଠାରେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବା ନିମିତ୍ତ ପାଞ୍ଚ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିବାକୁ ସରପଞ୍ଚ ମାନଙ୍କୁ ଅନୁମତି ଦିଆଯାଇଛି | ହେଲେ ଜିଲ୍ଲାର ଅନେକ ପଞ୍ଚାୟତରେ ନିର୍ଦେଶ ଅନୁସାରେ ଭିତ୍ତିଭୂମି ଉପଲବ୍ଧ ନହେବା ଆଶ୍ଚର୍ଯ୍ୟଜନକ କଥା ଅଟେ ବୋଲି ଶ୍ରୀ କୁସୁମ କହିଛନ୍ତି | ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ଏକାନ୍ତବାସ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ସହିତ ଇନଭାଇଟର ବ୍ୟବସ୍ଥା ହେବା ଉଚିତ | ତାସହିତ ବିସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଆକ୍ଵାଗାର୍ଡ ଲଗାଯିବା ଉଚିତ | ହେଲେ ଅନେକ ପଞ୍ଚାୟତରେ ବର୍ତ୍ତମାନ ଯାଏ ଉକ୍ତ ସୁବିଧା ସୁଯୋଗ ଉପଲବ୍ଧ ହୋଇନଥିବା ବେଳେ ମିଛ ବିଲ କରି କେମିତି ଟଙ୍କା ହଡପ କରାଯିବ ସେଥିପାଇଁ ରଣକୌଶଳ ଆରମ୍ଭ ହୋଇସାରିଲାଣି | ଯଦି ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ପଞ୍ଚାୟତର ସଠିକ ନିରୀକ୍ଷଣ ନକରିବ ତାହେଲେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ ନକରି ମଧ୍ୟ ପଞ୍ଚାୟତ ଗୁଡିକରେ ସରକାରଙ୍କ ଅର୍ଥ ବାଟମାରଣା ହେବା ସୁନିଶ୍ଚିତ | ତେଣୁ ଜିଲ୍ଲାପାଳ ଏ ଘଟଣାରେ ହସ୍ତକ୍ଷେପ କରି ପଞ୍ଚାୟତ ସ୍ତରରେ ଉପଲବ୍ଧ ଭିତ୍ତିଭୂମିର ସଠିକ ନିରୀକ୍ଷଣ କରିବା ସହ ସରକାରୀ ଅର୍ଥର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉଚିତ ବୋଲି ସମାଜସେବୀ ଶ୍ରୀ କୁସୁମ ନିବେଦନ କରିଛନ୍ତି |

 

0
0
0
s2sdefault