ହେଡଲାଇନସ୍:

ଓଡଗାଁ ଲୋକ ପିଇବେ ମହାନଦୀ ପାଣି , ପିଲା ପଢିବେ ବିଶ୍ୱସ୍ତରୀୟ ହାଇସ୍କୁଲରେ : ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ସମାରୋହ : ଅନ୍ୟଦଳ ଛାଡି ବିଜେଡିରେ ଯୋଗ ଦେଲେ ଶତାଧିକ ସମର୍ଥକ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଗୁରବାର ଅପରାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର୧୦୪ ତମ ଜନ୍ମ ଜୟନ୍ତୀ ସମାରୋହ ଓଡ଼ଗାଁ ମିନିଷ୍ଟାଡିୟମରେ ଅନୁଷ୍ଠିତ  ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମାରୋହରେ ଯୋଗଦେଇ ଓଡ଼ଗାଁ ବ୍ଲକର ୧୮ ଟି ପଂଚାୟତ  ଓ ଏନଏସିକୁ ମହାନଦୀରୁ ପାନୀୟ ଜଳ ଯୋଗାଣ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ପ୍ରତି ପଂଚାୟତରେ ବିଶ୍ୱସ୍ତରୀୟ  ହାଇସ୍କୁଲ ନିର୍ମାଣ ଯୋଜନା ପାଇଁ ପ୍ରସ୍ତୁତି ଚାଲିଥିବା କହିଥିଲେ । ଜନସଂଖ୍ୟା ବୃଦ୍ଧି କାରଣରୁ ମହାନଦୀରୁ ନୟାଗଡ଼ ପାନୀୟ ଜଳ ଯୋଗାଣ ଯୋଜନା ଓଡ଼ଗାଁକୁ ସଂପ୍ରସାରଣ କରାଗଲେ ସ୍ଥାନୀୟ ଅଂଚଳରୁ ଜଳାଭାବ ଜନିତ ସମସ୍ୟା ଦୁର ହୋଇପାରିବ । କଟକ ବଡ଼ ଡାକ୍ତରଖାନାକୁ ବିଶ୍ୱ ସ୍ତରୀୟ ଡାକ୍ତରଖାନା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲା ଏବଂ ବ୍ଲକରେ ଉନ୍ନତ ମାନର ଡାକ୍ତରଖାନା ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାରୋହରେ ଯୋଗଦେଇ ପୂର୍ବତନ ସରପଂଚ ଦିବାକର ନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଓଡ଼ଗାଁ ବିଜୁ ଜନତାଦଳ ସଭାପତି ରବୀନ୍ଦ୍ରନାଥ ପୃଷ୍ଟି, ନୟାଗଡ଼ ନିର୍ବାଚନ ମଣ୍ଡଳି ସଭାପତି ଗଙ୍ଗାଧର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନଳିନୀପ୍ରଭା ସେଠୀ, ଓଡ଼ଗାଁ ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଭୁବନେଶ୍ୱରରୁ ଆସିଥିବା ଦଳୀୟ ପର୍ଯ୍ୟବେକ୍ଷକ ରୁନୁ ଜେନା, ମୀରା ପରିଡା ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହିତ ସରକାରଙ୍କ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଶହସ୍ରାଧିକ ବିଜୁପ୍ରେମୀ, ସମର୍ଥକ ମାନଙ୍କୁ ସୂଚନା ଦେଇଥିଲେ । ରୋହିବାଙ୍କ ପଂଚାୟତର ଶତାଧିକ ମହିଳା ଏବଂ ପୁରୁଷ ଆନୁଷ୍ଠାନିକ  ଭାବେ ବିଜେଡି ଦଳରେ ଯୋଗଦେଇଥିଲେ । ନିତ୍ୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।             

 

0
0
0
s2sdefault