ହେଡଲାଇନସ୍:

ଡଜନେ ଖଣ୍ଡେ ଚୋରି ହେଇ ସାରୁ, ତାପରେ ପୋଲିସ ଆକ୍ଟିଭ ହବ ନା !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ ଅଂଚଳରେ ଏକାଧିକ ଚୋରୀ ଘଟଣା: ପୋଲିସ ବିନ୍ଦାସ, ଚୋରଙ୍କ ବଢୁଛି ସାହସ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅଂଚଲରେ ବିଭିନ୍ନ ସ୍ଥାନରେ ଏକାଧିକ ଚୋରିଘଟଣା ସମ୍ପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୈାଣସି ଅଭିଯୁକ୍ତ ଗିରଫ ହୋଇନଥିବା କାରଣରୁ ପରୋକ୍ଷରେ ଏହା ଚୋରମାନଙ୍କୁ ଅଧିକ ଚୋରିକରିବା ପାଇଁ ଉସôାହିତ କରିବ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚା ହେଉଛି । ପୋଲିସର ନିଷ୍କ୍ରୟତା  ଯୋଗୁଁ ଜନସାଧାରଣଙ୍କ ପୋଲିସ ଉପରୁ ଆସ୍ଥା ତୁଟିଯିବାକୁ ବସିଲାଣି । ଏକମାସ ମଧ୍ୟରେ ଘଟିଥିବା ୪ ଗୋଟି ଚୋରୀ ଘଟଣାରେ ଓଡ଼ଗାଁ ପୋଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଗିରଫ କରିବା ପରେ ଚୁପଚାପ ବସିପଡିଛନ୍ତି । ସୂଚନା ଅନୁସାରେ ତା. ୨୫.୨.୨୦ ରିଖରେ ଘରମାଲିକ ମନୋରମା ମହାପାତ୍ରଙ୍କ ଅନୁପସ୍ଥିତର ସୁଯୋଗ ନେଇ ଘଷାଦେଇପୁର କେନାଲଛକ ମୁଖ୍ୟ ସଡ଼କ ପାଶ୍ୱର୍ରେ ଥିବା ଏକ ଛାତଘରର ସିଡି କବାଟ ଭାଙ୍ଗି ଚୋର ପସି ପ୍ରାୟ ୪ଭରି ସୁନା ଅଳଙ୍କାର ସହିତ ଫ୍ରିଜ୍, ଆକ୍ୱାଗାଡ, ୩ ଫାଳ କବାଟ, ବାସନ କୁସନ, ଗ୍ୟାସଟାଙ୍କି ଇତ୍ୟାଦି ୨ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସମ୍ପତି ଲୁଟି ନେଇଥିଲେ । ତା. ୨୯.୨.୨୦ ରିଖରେ କୁରାଳ ଗାଁର ପାଇକରା ସାହିର ବୈଜୟନ୍ତୀ ମଙ୍ଗରାଜଙ୍କ ଘରେ ଚୋରପସି ସୁନା, ରୁପା, ନଗଦ ୨ହଜାର ଟଙ୍କା ସହ ପ୍ରାୟ ଏକଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି । ଏହା ପୂର୍ବରୁ ତା.୧୬.୨.୨୦ରିଖରେ ଏହିଥାନା ଅନ୍ତର୍ଗତ କୁରାଳ ଗ୍ରାମର ବେଙ୍ଗେଇସାହିରେ ଗୋଟିଏ ରାତିରେ ସମାନ ଧରଣର ବାଡିକବାଟ ତାଡି ୨ଗୋଟି ଘରେ ଚୋରପସି ସୁଚିସ୍ମୀତା ଆଦାୟ କରିଥିବା ଇଲେକ୍ଟ୍ରିବିଲ ୧୬ହଜାର ୭ଶହ ଟଙ୍କା ଏବଂ ଦ୍ୱିତୀକେଶ୍ୱର ମହିଳା ଏସଏସଜି ଗୃପ ସମ୍ପାଦିକା ଭାବେ ଆଦାୟ କରିଥିବା ୮ହଜାର ଟଙ୍କା ସହିତ ସୁନା ଗହଣା ଲୁଟି ନେଇଥିଲେ । ଏବଂ ସେହି ସାହିର ପ୍ରିୟଦର୍ଶନ ପ୍ରଧାନଙ୍କ ଘରୁ ୭ହଜାରରୁ ଅଧିକଟଙ୍କା ସହିତ ସୁନା ଅଳଙ୍କାର ଲୁଟିନେଇଥିଲେ । ଏହିପରି ଗୋଟିଏ ମାସ ଭିତରେ ବିଭିନ୍ନ ସ୍ଥାନରେ ୪ ଚୋରି ଘଟଣା ଘଟି ଯାଇଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ସେଭଳି କୈାଣସି ଆଖିଦୃଶିଆ  କାର୍ଯ୍ୟାନୁଷ୍ଠାନ  ହୋଇନାହିଁ । ଚୋର ପୋଲିସ ଖେଳ ଭିତରେ ଚୋରିହୋଇଥିବା ଲୋକ କେବଳ କଷ୍ଟ ସହିବାହିଁ ସାର ହୋଇଚି । ସମୟ ଗଡ଼ିଚାଲିଲେ ଚୋରି ହୋଇଥିବା ଦ୍ରବ୍ୟ ଆଉ ଜବତ ହୋଇପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଦୃତ ଅନୁସନ୍ଧାନ କରାଗଲେ ଚୋର ଧରା ପଡବା ସହିତ ଚୋରୀ ଦ୍ରବ୍ୟ ଜବତ ହୋଇପାରନ୍ତା ଏବଂ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷିତ ହୋଇପାରନ୍ତା । ପ୍ରକାଶ ଥାଉକି ପ୍ରାୟ ୧ମାସରୁ ଅଧିକା ସମୟ ଓଡ଼ଗାଁ ଥାନାରେ ଇନିସ୍ପେକ୍ଟର ପଦବୀ ଖାଲି ପଡିଥିବା ବେଳେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ସଂଖ୍ୟା ତୁଳନାରେ ଅଧିକ ମାମଲା ରୁଜୁ ହେଉଥିବାରୁ ପୋଲିସ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ ହେଉଛି । 

0
0
0
s2sdefault