ହେଡଲାଇନସ୍:

ବସକୁ ହେଲା ଦଣ୍ଡ : ୭ ଲକ୍ଷ ୭ ହଜାର ୨୩୦ ଟଙ୍କା ତଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧରେ ପୁଣି  ଘରୋଇ ଯାତ୍ରୀ ବାହୀ ବସକୁ କଟିଲା ବଡ ଫାଇନ

  ବୌଦ୍ଧ/ ଶାସକ ପ୍ରଶାସକ : ସାରା ରାଜ୍ୟରେ ଗାଡି ଯାଞ୍ଚ ଓ ଫାଇନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି  ବୌଦ୍ଧ ଆଞ୍ଚଳିକ ପରିବହନ ପକ୍ଷରୁ ଗୁରୁବାର ଦିନ  ଏକ ଯାତ୍ରୀ ବାହୀ ଘରୋଇ ବସକୁ ବଡ ଧରଣର ଫାଇନ କାଟିଥିବା ଜଣାପଡିଛି । ପ୍ରକାଶ ଥାଉକି  ଗତ ୩ ତାରିଖ ଦିନ  ବୌଦ୍ଧ ଆଳିକ ପରିବହନ ବିଭାଗ ଭୁବନେଶ୍ୱରରୁ ବୌଦ୍ଧକୁ ଆସୁଥିବା ଯାତ୍ରୀବାହି ବସ ମିନାରକୁ ୬ଲକ୍ଷ ୭୨ହଜାର ୪୪୫ ଟଙ୍କାର ଫାଇନ ପକାଯାଇଥିଲା । ପୁଣି ଆଜି ଆଉ ଏକ ଯାତ୍ରୀ ବାହି ବସ ଜୟ ମା ବୁଢୀ ମା ( ଓଆର -୦୩-ବି-୬୧୮୫) ବରଗଡ ଠାରୁ ବିନିକା , ସୋନପୁର ହୋଇ ବୌଦ୍ଧ ଜିଲାର ଖୁିଗୋରାକୁ ଚଳପ୍ରଚଳ କରିଥାଏ । ବୌଦ୍ଧ ଆଳିକ ପରିବହନ ଟ୍ରାଫିକ ଇନ୍‌ସପେକ୍ଟର ସୁଧିର କୁମାର ଖାଲକେ ଓ କର୍ମଚାରୀ ମାନେ ଦିନ ୨ଟା ସମୟରେ ଖୁିଗୋରା ପେଟ୍ରୋଲପମ୍ପ ନିକଟରେ ଗାଡିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ଉକ୍ତ  ଘରୋଇ ବସ୍‌ର ରୋଡ ଟେକ୍ସ ବାବଦକୁ  ୧.୯.୨୦୧୮ ଠାରୁ ୩୧.୩.୨୦୨୦ ପର୍ଯ୍ୟନ୍ତ ୬ଲକ୍ଷ ୭୪ ହଜାର ୭୩୦ ଟଙ୍କା, ଇନସୁରାନସ ବାବଦକୁ ୨୦୦୦ ଟଙ୍କା, ପରମିଟ ବାବଦକୁ ୧୦ ହଜାର ଟଙ୍କା, ପ୍ରଦୂଷଣ ବାବଦକୁ ୧୦ ହଜାର ଟଙ୍କା, ଡ୍ରାଇଭିଙ୍ଗ ଲାଇସେନସ ବାବଦକୁ ୫ ହଜାର ଟଙ୍କା , ଫିଟନେସ ବାବଦକୁ ୫ ହଜାର ଟଙ୍କା ଓ ଅନ୍ୟ ବାବଦକୁ ୫୦୦ଟଙ୍କା  ଫାଇନ କାଟିଥିବା ଜଣାପଡିଛି । ଉକ୍ତ ଗାଡିକୁ ସମୁଦାୟ ୭ ଲକ୍ଷ ୭ ହଜାର ୨୩୦ ଟଙ୍କା ଫାଇନ କଟା ଯିବା ସହ ଗାଡିକୁ ଘାପଡା ଫାଣ୍ଡିରେ ରଖା ଯାଇଥିବା ବୌଦ୍ଧ ଆଳିକ ପରିବହନ ଅଧିକାରୀ ଅମରେଶ ପାତ୍ର ସୁଚନା ଦେବା ସହ ଗାଡିର ମାଲିକ ସୋନପୁର ଜିଲା ବିନିକାର ସଞିବ ସାହୁ ବୋଲି ପ୍ରକାଶ କରିଅଛନ୍ତି । ଏହି  ଯାଞ୍ଚ ସମୟରେ  ଟ୍ରାଫିକ ଇନ୍‌ସପେକ୍ଟର ସୁଧିର କୁମାର ଖାଲକେ ଓ କର୍ମଚାରୀମାନେ ସାମିଲ ଥିଲେ ।

0
0
0
s2sdefault