ହେଡଲାଇନସ୍:

ବୀରମହାରାଜପୁରରେ ପାରମ୍ପରିକ ଦୋଳଯାତ୍ରା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩ଦିନ ବ୍ୟାପୀ ଯାତ୍ରା, ହରିହର ଭେଟ ମୁଖ୍ୟ ଆକର୍ଷଣ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଚାଲିଥିବା ପାରମ୍ପରିକ (ଫଗୁନ ପୁନି ଯାତ୍ରା ) ଦୋଳ ଉତ୍ସବ, ହରିହର ଭେଟ ଏବଂ ୨୪ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି  ପର୍ବ ସମାପିତ ହୋଇଯାଇଛି । ସ୍ଥାନୀୟ ମେଳଣ ପଡିଆରେ ଅନୁଷ୍ଠିତ ହରିହର ଭେଟ୍ କାଯ୍ୟକ୍ରମରେ ଚମ୍ପାମାଳର ଚମ୍ପେଶ୍ଵର ମହାଦେବ, ଟିଠିପାଲୀର ରାମେଶ୍ଵର, କଳମପୁରର ଗୁପ୍ତେଶ୍ଵର ତଥା ବୀରମହାରାଜପୁର ଜଗନ୍ନାଥ ମନ୍ଦିରର ରାଧାକୃଷ୍ଣ ଓ ମଦନ ମୋହନ,  କୁମାରସିଂହାର ଲକ୍ଷ୍ମୀନାରାୟଣ , ବାଗବର ଓ ଷଣ୍ଢାର ରାଧାକୃଷ୍ଣ ଆଦି ଦିଅଁ ଅଂଶଗ୍ରହଣ କରିଥିଲେ । ଠାକୁରମାନେ ସୁସଜ୍ଜିତ ଦୋଳ ବିମାନରେ ବିରଜାମାନ କରି ଢୋଳ, ନିଶାନ, ମହୁରି, ଘଣ୍ଟଶଙ୍ଖ ,ଆଦି ବାଦ୍ୟରେ ତାଳେ ତାଳେ ଭବ୍ୟ  ଶୋଭାଯାତ୍ରାରେ ମେଳଣ ପଡିଆକୁ ବିଜେ କରିଥିଲେ । ହରିହରଙ୍କ ଭେଟ୍ ପରେ ଠାକୁରମାନଙ୍କ ମଧ୍ୟରେ ଫଗୁ ଖେଳ ମଧ୍ୟ  ଅନୁଷ୍ଠିତ ହୋଇଥିଲା ।  ସ୍ଥାନୀୟ ଚମ୍ପାମାଳର ଚମ୍ପେଶ୍ଵର  ମନ୍ଦିରଠାରେ ପଞ୍ଚଦୋଳ ଅବସରରେ ରାମାୟଣ ପାରାୟଣ, ଭଜନ ସମାରୋହ, ଭସ୍ମାସୁର ଦରବାର କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ସେହିଭଳି ବୀରମହାରାଜପୁର ସଦରସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ  ପଞ୍ଚଦୋଳ ସାଙ୍ଗକୁ ୨୪ ପ୍ରହରୀ ନାମଯଜ୍ଞ ,ଭଜନ ସମାରୋହ ଓ ସମ୍ବଲପୁରୀ ମେଲୋଡି ଆଦି ଅନୁଷ୍ଠିତ ହୋଇଥିଲା । ଏହି ମହାର୍ଘ୍ୟ  ମେଳାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହେବା ସହିତ ଫଗୁ ତ ଆବିରରେ ରଙ୍ଗେଇ ହୋଇଥିଲେ । ଏଠାରେ ଦୋଳଯାତ୍ରାକୁ ଅଧିକ ଆକର୍ଷଣୀଆକର୍ଷଣୀୟ ଓ ସୁଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ପ୍ରଶାସନ, ଦେବୋତ୍ତର ବିଭାଗ ଓ ପୋଲିସ ସହିତ ନାମଯଜ୍ଞ କମିଟି ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂର୍ବବର୍ଷ ମାନଙ୍କ ଅପେକ୍ଷା ଏଥର ଦୋଳଯାତ୍ରାରେ ନାହିଁ ନଥିବା ଲୋକଭିଡ ଅନୁଭୂତି ହୋଇଥିଲା ।ପୂର୍ଣ୍ଣିମା ରାତି ତମାମ ଜନଗହଳି ଲାଗିରହିଥିବା ବେଳେ  ମୀନାବଜାର, ଭଳିକିଭଳି ଦୋକାନ ବଜାର ପସରା ମେଲିଥିବାରୁ ଲୋକେ ତାହାର ଭରପୁର ମଜା ଉଠାଇଥିଲେ ।

0
0
0
s2sdefault