ହେଡଲାଇନସ୍:

ଝାଳରୁ ବି କମିଶନ : ୫-ଟି ମୋ ସରକାର ଟିକେ ନିଘା କରିବେ କି !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କେନ୍ଦୁପତ୍ର ତୋଳାଳୀଙ୍କ ଦୁଃଖ :ପ୍ରୋତ୍ସାହନ ରାଶି ପାଇବା ପରେ  ପିସି ଆଦାୟ ଅଭିଯୋଗ 

ଭୁବନେଶ୍ୱର (ଶାସକ ପ୍ରଶାସକ): - ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଅସହାୟ କେନ୍ଦୁପତ୍ର ତୋଳାଳୀଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ରାଶିରେ ଏବେ ପିସି କାରବାର ଚାଲିଥିବା ଅଭିଯୋଗ ହୋଇଛି | ସେହି ବିଭାଗର କେନ୍ଦୁପତ୍ର ୟୁନିୟନ ଲିଡ଼ର ଏବଂ ଅଧିକାରୀଙ୍କ ଭିତରେ ମଧୁଚନ୍ଦ୍ରିକା ଏବେ ଗରିବ, ଅସହାୟ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଦୁଃଖର କାରଣ ହୋଇଛି | ସୁନ୍ଦରଗଡ଼ ରାଜ୍ୟରେ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରୂପେ ପରିଚିତ ଥିବା ବେଳେ ଜିଲ୍ଲାର ଗରିବ ଅସହାୟ ମହିଳା ପୁରୁଷ ମାନେ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଗ୍ରୀଷ୍ମପ୍ରବାହ ସମୟରେ କେନ୍ଦୁପତ୍ର ତୋଳି କିଛି ଅର୍ଥ ଉପାର୍ଜନ କରିଥାନ୍ତି | ସେତିକି  ଅର୍ଥରେ ତାଙ୍କୁ ବର୍ଷକର ତେଲଲୁଣ, ଦାନାକନା କଥା ବୁଝିବାକୁ ହୁଏ | ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମଧ୍ୟ ଖାତିର ନକରି ଅନେକ କଷ୍ଟକୁ ସ୍ୱୀକାରକରି ତୋଳାଳୀ ମାନେ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି | ତାଛଡା ଗ୍ରୀଷ୍ମପ୍ରବାହ ସମୟରେ କେନ୍ଦୁପତ୍ର ତୋଳାଳୀ ମାନେ  କେତେଯେ କଷ୍ଟର ସମ୍ମୁଖୀନ ହୋଇଥାନ୍ତି ସେଇ କଥାକୁ ରାଜ୍ୟ ସରକାର ମଧ୍ୟ ହୃଦୟଙ୍ଗମ କରି  କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଚପଲ, ଛତା, ପାଣିବୋତଲ ଭଳି ଅନେକ ସାମଗ୍ରୀ ତୋଳାଳିଙ୍କୁ ଯୋଗାଇବାର ବ୍ୟବସ୍ଥା କରିଛନ୍ତି | ତାସହିତ ତୋଳାଳୀଙ୍କ ଝିଅ ପୁଅ ଭଲ ପାଠ ପଢ଼ିଲେ ବୃତ୍ତି ପ୍ରଦାନ କରିବା ସହ ତୋଳାଳୀଙ୍କ ଝିଅପୁଅଙ୍କ ବାହାଘର ପାଇଁ ୩୫ହଜାର ଟଙ୍କା ମଧ୍ୟ ଯୋଗାଇ ଦେଉଛନ୍ତି | ହେଲେ ଗୋଟିଏ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳି ମାନେ ଅନେକାଂଶରେ ଉପକୃତ ହେଉଥିବା ବେଳେ ଅନ୍ୟପଟେ ନିଜ ବିଭାଗର ତଳିଆ ଅଧିକାରୀଙ୍କ ଠାରୁ ଲୁଟର ଶିକାର ହେଉଛନ୍ତି | ଜିଲ୍ଲାରେ ପାଖାପାଖି ୧ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ ଥିବାବେଳେ କେନ୍ଦୁପତ୍ର ୟୁନିୟନର କିଛି କର୍ମକର୍ତ୍ତା ଏବଂ ବିଭାଗର ଅଧିକାରୀଙ୍କ ସାଲିସରେ ନୀରିହ ତୋଳାଳିଙ୍କ ଉପରେ ଜୁଳୁମ ହେଉଥିବା ଅଭିଯୋଗ ହେଉଛି | ଜିଲ୍ଲାରେ କେତେଜଣ କେନ୍ଦୁପତ୍ର ତୋଳାଳୀ ରାଜ୍ୟ ସରକାରଙ୍କ ପକ୍ଷରୁ କେତେଟଙ୍କା ପାଉଛନ୍ତି ଏବଂ କେଉଁ କେଉଁ ତୋଳାଳି ପାଇଛନ୍ତି ସମସ୍ତ ହିସାବ ନିକାସରଖି ୟୁନିୟନ ଦଳ ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କା ପାଇବା ମାତ୍ରେ ତୋଳାଳିଙ୍କ ଘର ମାନଙ୍କୁ ଦୌଡି ଯାଉଛନ୍ତି ଏବଂ ଆମେ ତମର ଟଙ୍କା କରେଇଦେଇଛୁ ସେଥିପାଇଁ ଆମକୁ ୫ ହଜାର ଟଙ୍କା ଦେବାକୁ ପଡିବ | ନିଜ ବିଭାଗର ଅଧିକାରୀ ହୋଇଥିବା ଯୋଗୁଁ ଗରିବ ଅସହାୟ ତୋଳାଳୀ ମାନେ ନିରୁପାୟ ହୋଇ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି | ତେଣୁ ଜିଲ୍ଲାରେ ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ ଲକ୍ଷ ଲକ୍ଷ ଟଙ୍କା କମିଶନି  ଆଦାୟ କରୁଥିବା ଅଭିଯୋଗ ଯେଉଁଛି | ଏବେ ରାଜ୍ୟରେ ୫ ଟି -ମୋ ସରକାର ଚାଲିଥିବା ବେଳେ ଗରିବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଦୁର୍ନୀତିମୁକ୍ତ ହେବ ଦରକାର | ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟିଦେଇ କେନ୍ଦୁପତ୍ର ତୋଳାଳୀଙ୍କୁ ଲୁଟ ହେବାରୁ ରକ୍ଷା କରିବା ପାଇଁ ସାଧାରଣରେ ଦାବୀ ହୋଇଛି |

 

0
0
0
s2sdefault