ହେଡଲାଇନସ୍:

ଘରମାଲିକଙ୍କ ଉପସ୍ଥିତ ବୁଦ୍ଧି ଏଡାଇ ଦେଲା ଏଟିଏମ ଲୁଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାତିଛନ୍ତି ଲୁଟେରା ମୁଖାଧାରୀ , ଲୋକେ ଡାକିଲେଣି ହରିହରି 

ବାରିପଦା(ଦିଲ୍ଲୀପ ମହାନ୍ତି)--ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଏବଂ ପୌରପରିଷଦ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗୋରୁମହିଷାଣୀ ଛକରେ  ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ଲୁଟେରାଙ୍କ ଉଦ୍ୟମ ପଣ୍ଡ ହୋଇଥିବାର ଜଣାପଡିଛି ।  ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗୋରୁମହିଷାଣୀ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ,ଇଚିଣ୍ଡା ବ୍ରାଞ୍ଚର ଏଟିଏମ୍  ଲୁଟ୍ ଉଦ୍ୟମ ସମୟରେ ଘରର ମାଲିକ ଜାଣିବାକୁ ପାଇ ଲୁଟେରାଙ୍କୁ ବାଧା ଦେବା ଫଳରେ ଲୁଟ ଉଦ୍ୟମ ପଣ୍ଡ ହୋଇଯାଇଛି ‌ । 

ପ୍ରକାଶ ଥାଉକି ମଙ୍ଗଳବାର ରାତି ୨.୫୦ ପାଖାପାଖି ସମୟରେ ଜଣେ ମୁହଁରେ ଧଳା କପଡା ପିନ୍ଧା ଲୁଟେରା ଏକ ରଡ଼ ସାହାଯ୍ୟରେ ଏଟିଏମର  କିଛି ଅଂଶ ଭାଙ୍ଗି ଦେଇଥିଲା । ଏଟିଏମ୍ ହୋଇଥିବା ଘର ମାଲିକ ଶବ୍ଦ ଶୁଣି କବାଟ ଖୋଲି ଘର ବାହାର ଶିଡିରେ  ଓହ୍ଲାଇ ଚୋର ଚୋର କହି ଚିତ୍କାର କରିଥିଲା । ଏହି ସମୟରେ ଲୁଟେରା ଧରି ଥିବା ଲୁହା ରଡ଼ରେ ତାଙ୍କୁ ମାରିବାକୁ ଗୋଡ଼ାଇ ଥିଲା । ମାଲିକ ଭୟଭିତ ହୋଇ ଘର ଭିତରକୁ ଦୌଡ଼ି ପଳାଇଥିଲେ । ଲୁଟେରା ଜଣକ ମାଲିକ ଉପରକୁ ଲକ୍ଷକରି ରଡ଼ ଫୋପାଡି ଥିଲା ଓ ରଡ଼ଟି ଲକ୍ଷ ଭ୍ରଷ୍ଟ ହୋଇଥିଲା । ପରେ ଘର ଉପରକୁ ଯାଇ ଚୋର ଚୋର ଚିତ୍କାର କରିବା ପରେ କିଛି ଲୋକ  ଚିତ୍କାର ଶୁଣି ଆସି ପହଞ୍ଚିଲେ । ସେତେବେଳକୁ ଲୁଟେରା ଜଣକ ଖସି ପଳାଇଥିଲା । 

ଆଜି ସକାଳେ ଘଟଣା ସ୍ଥଳରେ ପୋଲିସ ଓ ବ୍ୟାଙ୍କ ମେନେଜର ପହଞ୍ଚି ଥିଲେ । ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ଏଟିଏମ୍ ରେ ୧୧,୪୫୦୦୦ ଟଙ୍କା ଥିଲା  । ରାଇରଙ୍ଗପୁର ସହରରେ ଦିନକୁ ଦିନ  ଲୁଟେରାଙ୍କ ପାଲା ଭାରି ପଡୁଛି । କିଛି ମାସ ପୂର୍ବେ ବସଷ୍ଟାଣ୍ଡ ବିଦେଶୀ ମଦ ଦୋକାନ ସଟଟର ଟେକି  ୫୦ ରୁ ଉର୍ଦ୍ଧ୍ବ ମଦ ପେଟି ମୁଖାପିନ୍ଧା ଲୁଟେରା ନେଇ ଯାଇଥିଲେ  । ସେହିଭଳି କିଛି ଦିନ ତଳେ ରାତି ୧୦.୩୦ ରେ ରାଇରଙ୍ଗପୁର ମୁଖ୍ୟ ବଜାରରେ ପାନ ମସଲା ବ୍ୟବସାୟୀଙ୍କୁ ବଂଧୁକ ଦେଖାଇ  ୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ୪ମୁଖାଧାରୀ  ଲୁଟ୍ କରି ନେଇଥିଲେ । ପୁଣି ମୁଖା ଧାରୀଙ୍କ ଏଟିଏମ୍ ଲୁଟ୍ ଘଟଣା ସହରବାସୀଙ୍କ ଚିନ୍ତା ବଢାଇ ଦେଇଛନ୍ତି । ସହରର ମୁଖ୍ୟ ରାସ୍ତାରେ ଏଭଳି ଘଟଣା ପୋଲିସର ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି ।

 

0
0
0
s2sdefault