ହେଡଲାଇନସ୍:

ଇଣ୍ଡିଆନ୍ ଅଏଲ୍ ଓ ମାର୍କିନ କମ୍ପାନୀ ଏକ୍ସନ୍ ମୋବିଲ ମଧ୍ୟରେ ବୁଝାମଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅପହଂଚ ଅଂଚଳରେ ପ୍ରାକୃତିକ ଗ୍ୟାସ୍ ଯୋଗାଣରେ ବେଶ୍ ସହାୟକ ହେବ ଏ ବୁଝାମଣା  - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – ଇଣ୍ଡିଆନ୍ ଅଏଲ ଓ ଯୁକ୍ତରାଷ୍ଟ୍ର ଆମେରିକାର ଏକ୍ସନ୍ ମୋବିଲ କର୍ପୋରେସନ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଭାରତର ଅପହଂଚ ଅଂଚଳରେ ପ୍ରାକୃତିକ ଗ୍ୟାସ୍ ଯୋଗାଣରେ ବେଶ୍ ସହାୟକ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଶ୍ରୀ ପ୍ରଧାନ କହିଛନ୍ତି ଏକ୍ସନ ମୋବିଲ ସହ ଇଣ୍ଡିଆନ୍ ଅଏଲର ବୁଝାମଣା ସ୍ୱାକ୍ଷର ଆଧାରରେ ଦେଶର ପାଇପ୍ ଲାଇନ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ନପହଂଚିପାରୁଥିବା ଅଂଚଳରେ ଏକ୍ସନ୍ ମୋବିଲ ରେଳ, ରାସ୍ତା ଓ ଜଳ ପଥରେ ପ୍ରାକୃତିକ ଗ୍ୟାସ୍ ପହଂଚାଇବ । ଏହି ଯୋଗାଣ ପ୍ରକ୍ରିୟା ସୁରକ୍ଷିତ, ଭରସାଯୋଗ୍ୟ ଏବଂ କମ୍ ଖର୍ଚ୍ଚରେ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । 

0
0
0
s2sdefault